ଦୟା ମାୟା ଟିକେ ବି ନାହିଁ…ଭୁବନେଶ୍ବରରେ ଭୁଜାଲିରେ ହାଣି ପକାଇଲେ

ବଞ୍ଚାଅ ବଞ୍ଚାଅ ବୋଲି ଖୁବ ଜୋରେ ରଡ଼ି ଛାଡିବାରେ ଲାଗିଥିଲେ ଯୁବକ। ଆଉ ଦୃର୍ବୁତ୍ତ ମାନେ ତାଙ୍କର କଥା କିଛି ଶୁଣି ନଥିଲା ଆଖି ବୁଜା ସେମାନେ ଭୁଜାଲି ରେ ହାଣି ଚାଲିଥିଲେ। ବାହୁବଳୀ ଭଳି ତାଙ୍କର ହାତ ଆଉ ଛାତି ଆଉ ଏସବୁ କେବଳ ତାଙ୍କର ଡରାଇବା ଧମକାଇ ହ-ତ୍ୟା କରିବା ପାଇଁ। ଏମାନେ ହାତରେ ଖଣ୍ଡା ଧରିଲେ କାହାରିକୁ ମଧ୍ୟ ମାନନ୍ତି ନାହିଁ। ଏମାନଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ମଧ୍ୟ ରହିଛି।ଘଣ୍ଟା ଘଣ୍ଟା ସମୟ ସେମାନେ ଜୀମ ରେ କାଟି ଥାଆନ୍ତି। ଏଭଳି ଅନେକ ପରିଶ୍ରମ କରୁଛନ୍ତି ନିରୀହ ଲୋକଙ୍କ ଜୀବନ ନେବା ପାଇଁ ରାଜଧାନୀ ରେ ମାତିଛନ୍ତି କୁଖ୍ୟାତ ଅପରାଧୀ ମାନେ।

ଏମାନେ ହେଉଛନ୍ତି ସେହି ଦୃର୍ବୁତ୍ତ ମାନେ ଯେଉଁମାନେ ରାଜଧାନୀରେ ଘଟାଇଛନ୍ତି ଏଭଳି କିଛି ନାରକୀୟ କାଣ୍ଡ। ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହ-ତ୍ୟା କରିଛନ୍ତି। ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ସେମାନଙ୍କୁ ହାଣି ପକାଇଛନ୍ତି।ରାଜଧାନୀର ବାର୍ ରେ ଏମାନେ ହେଉଛନ୍ତି ବାଉନ୍ସର। ନିଜକୁ ପ୍ରଖ୍ୟାତ ଡନ ବୋଲି ସେମାନେ ଭାବି ଥାଆନ୍ତି। ସମସ୍ତଙ୍କ ମନରେ ତାଙ୍କ ପ୍ରତି ଭୟ ଜାଗ୍ରତ କରାଇ ଥାଆନ୍ତି। ଏବେ ଏମାନେ କୈଳାସ ପଲ୍ଲୀ ର ଶିବ ପ୍ରସାଦ ଶ୍ରୀଚନ୍ଦନ ଙ୍କୁ ଆକ୍ରମଣ କରି ତାଙ୍କୁ ଗୁରୁତର କରି ଦେଇଛନ୍ତି।

ଶିବ ପ୍ରସାଦ ଙ୍କ ପିଠି ହାତରେ ଲାଗିଛି ଗଭୀର ଭାବରେ ଚୋଟ। ଯେତେବେଳେ ସେ ଘରକୁ ଫେରୁଥିଲେ ସେତେବେଳେ ପାଞ୍ଚ ଜଣ ଦୃର୍ବୁତ୍ତ ହାତରେ ଭୁଜାଲି ଧରି,ଯୁବକଙ୍କ ପଛରେ ଆସିଥିଲେ। ଏହାପରେ ହଠାତ୍ ତାଙ୍କୁ ହାଣି ପକାଇ ଥିଲେ। ଗୋଡ଼ାଇ ଗୋଡ଼ାଇ ହାଣି ପକାଇ ଥିଲେ ଦୃର୍ବୁତ୍ତ ମାନେ। ଶିବ ପ୍ରସାଦ ତାଙ୍କ ନିକଟକୁ ଯେତେ ଚିତ୍କାର କରି ଦୌଡ଼ି ଥିଲେ ମଧ୍ୟ ତାଙ୍କ ନିକଟକୁ କେହି ଆସି ନଥିଲେ। ପୋଲିସ ଏବେ ଏହି ଘଟଣାରେ ତିନି ଜଣକୁ ଅଟକ ରଖି ପଚରଉଚରା କରିଛି ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Leave a Comment