ସ୍ତ୍ରୀ ଆସି ପୋଲିସ କୁ କହିଲା କି ମୋ ସ୍ବାମୀଙ୍କୁ ସେମାନେ ମାଟିତଳେ ପୋତି ଦେଲେ ବୋଲି। ଆଉ ଯେତେବେଳେ ପୋଲିସ ଆସି ଦେଖିଥିଲା ସେତେବେଳେ ମାଟିତଳୁ ମିଳିଥିଲା ସ୍ୱାମୀର ଅଧା ଖଣ୍ଡ ମୁଣ୍ଡ। ଯାହାର ଭିଡିଓ ଦେଖିଲେ ଆପଣ ମାନେ ମଧ୍ୟ ଏହି ଘଟଣାକୁ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ମାଟିତଳୁ ଖୋଳା ଚାଲିଛି ସ୍ୱାମୀର ଶବ। ଆଉ ଗୋଟେ ପରେ ଗୋଟେ ଅଖା ବାହାରିବାରେ ମଧ୍ୟ ଲାଗିଛି।ସେସବୁ ଭିତରେ ସ୍ୱାମୀର ଶବ ମଧ୍ୟ ରହିଛି। ଯାହାକି ଏତେ ଭୟଙ୍କର ଯେ ତାହାକୁ ଆମେ ଆପଣଙ୍କୁ ଦେଖାଇ ମଧ୍ୟ ପାରିବୁ ନାହିଁ। ଏହି ମୃ-ତ ଶରୀର ରଜନୀକାନ୍ତ ଭୋଇଙ୍କ ବୋଲି ଜଣା ପଡିଛି।
ରଜନୀକାନ୍ତ ଦୁଇ ଦୁଇଜଣ ସ୍ତ୍ରୀ ଙ୍କୁ ରଖିଥିବା ବେଳେ ପ୍ରଥମ ସ୍ତ୍ରୀ ଆସି , ଦ୍ଵିତୀୟ ସ୍ତ୍ରୀ ଏଭଳି କରିଛି ବୋଲି ପୋଲିସ ଷ୍ଟେସନ ର ଦ୍ବାରସ୍ଥ ହୋଇଛି। ଏହାପରେ ପୋଲିସ ଅଭିଯୋଗ ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ,ସେହି ସ୍ଥାନରେ ମାଟି ଖୋଳି କିଛି ପୋତା ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ପୋଲିସ ବାହାର କରିବା ପରେ ଜରି ଅଖା ପରେ ଜରି ଅଖା ବହାରିବାରେ ଲାଗିଥିଲା। ମୃ-ତ ରଜନୀକାନ୍ତ ଙ୍କ ଏଭଳି ଅବସ୍ଥା ହୋଇଛି ଯେ ତାଙ୍କର ମୁଣ୍ଡର ଅଧା ମାଂସ ମଧ୍ୟ ଛିଡି ପଡ଼ିଛି। ଯାହାକୁ ଦେଖି ତାଙ୍କର ପରିବାର ଲୋକେ ଏହା କାନ୍ଦି କାନ୍ଦି କହୁଛନ୍ତି କିଏ ଏମିତି ନୃଶଂସ କଣ କରିଛି।
ଆଉ ତାଙ୍କୁ କେବଳ ଫା-ଶୀ ଦିଆଯାଉ ବୋଲି କହି ଦାବୀ କରିଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଦେଖି ଏହି ଘଟଣା ସମ୍ପର୍କରେ ଶୁଣି ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଯାହାକୁ ନେଇ ପୋଲିସ ଏହି ଘଟଣାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ପୋଲିସ ର ତଦନ୍ତ ପରେ ହିଁ ଘଟଣା ପଛରେ ଥିବା ପ୍ରକୃତ କାରଣ କଣ ତାହା ଜଣା ପଡ଼ିବ ବୋଲି କୁହା ଯାଇଛି।