କଳିଯୁଗର ଶ୍ରବଣ କୁମାର କେହି ଶୁଣିଲେନି ମୁକ ବଧିର ଙ୍କ ଡାକ ୭ କିଲୋମଟର ଟାଣିନେଲେ ମା ରେ ଶବ

ଗୁଜରାଟ ର ଭରୁଚୋ ଆଙ୍କେଲ୍ ସୋର ମଧ୍ୟରେ ଥିବା ରାସ୍ତା କଡ ନର୍ମଦା ନଦୀ କୂଳରେ ଏମିତି ଘଟଣା ଘଟିଛି ଯାହାକି ଆପଣମାନେ ଶୁଣିଲେ ଦେହ ଥରି ଯିବ। ଏକ କାଠ ଗାଡ଼ିରେ ଘୋଡ଼ା ହୋଇରହିଛି ଜଣେ ବୃଦ୍ଧା ଙ୍କ ମୃ-ତ ଦେହ।ଏବଂ ଗାଡ଼ିକୁ ଟାଣୁ ଥିବା ଲୋକ ଜଣଙ୍କ ହେଲେ ମୃ-ତ ବୃଦ୍ଧାଙ୍କ ପୁଅ।

ଯୁବକ ଜଣଙ୍କ ମୁକ,ବଧିର ଅଟନ୍ତି।ଭିକ ମାଗି ବଞ୍ଚୁଥିଲେ। ଓ ତାଙ୍କ ବୃଦ୍ଧା ମାଙ୍କୁ ଖାଇବାକୁ ଦେଉଥିଲେ।ଗୋଟେ ଦିନ ତଳେ ମା ଙ୍କ ମୃ-ତ୍ୟୁ ହୋଇଥିଲା।କିନ୍ତୁ ଏହି କଥା ଯୁବକ ଜଣଙ୍କ କାହାକୁ କହିପାରିଲେ ନାହିଁ।କାରଣ ସେ କଥା କହି ପାରନ୍ତି ନାହିଁ କି ଶୁଣି ମଧ୍ୟ ପାରନ୍ତି ନାହିଁ।

ଯୁବକ ଜଣଙ୍କ ଏମିତି ଦେଖା ଯାଆନ୍ତି ଯେ ସମସ୍ତେ ତାଙ୍କୁ ପାଗଳ ବୋଲି କୁହନ୍ତି।ଶେଷରେ ଉପାୟ କିଛି ନ ପାଇ ସେହି କାଠ ଗାଡ଼ିରେ ମାଙ୍କ ମୃ-ତ ଦେହକୁ ଘୋଡେଇ ଦୀର୍ଘ ସାତ କିଲୋମିଟର ଚାଲି କରି ଟାଣି ଟାଣି ନର୍ମଦା ନଦୀ କୂଳ କୁ ନେଇ ଆଶିଥିଲେ।ଏହି ଦୃଶ୍ୟ କିଛି ଲୋକ ଦେଖିଥିଲେ।

ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିବା ପରେ ଅଳ୍ପ ସମୟ ଭିତରେ ନର୍ମଦା ନଦୀ କୂଳକୁ ସାମାଜିକ କର୍ମୀମାନେ ସବୁ ଆସିଥିଲେ।ରୀତିନୀତି ଅନୁଯାୟୀ ବୃଦ୍ଧା ମା ଙ୍କ ଶେଷ କୃତ୍ୟ ସଂପନ୍ନ କରିଥିଲେ।ମାଙ୍କୁ ହରାଇ ପୁଅଟି ଭୋ ଭୋ ହୋଇ କାନ୍ଦୁଥିଲେ।

Leave a Comment

Your email address will not be published. Required fields are marked *

Scroll to Top