ଅଳ୍ପକେ ଏକ ପରିବାର ବର୍ତ୍ତିଗଲେ। ବଲାଙ୍ଗୀରର ଶାନ୍ତିପଡାରୁ ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି। ଯେଉଁଥିରେ ଏକ ଯୁବକ ଏକ ପରିବାରର ବାପା, ମା ଓ ପୁଅକୁ ଜୀବନରୁ ମାରିଦେବାକୁ ବସିଥିଲା। କିନ୍ତୁ ଉଚିତ ସମୟରେ ପୋଲିସ ପହଞ୍ଚି ସେମାନଙ୍କୁ ରକ୍ଷା କରିନେଇଥିଲା। ପରେ ପୋଲିସ ସେ ଯୁବକଙ୍କୁ କାବୁ କରିନେଇଥିଲେ। ଆସନ୍ତୁ ଜାଣିବା ଏହି ବିଷୟରେ…
ରଜ ସଙ୍କ୍ରାନ୍ତି ଦିନ ସକାଳୁ ଯୁବକ ଜଣକ ଶାନ୍ତିପଡାରେ ରହୁଥିବା ମଦନ ମୋହନ ହୋତାଙ୍କ ଘରେ ପ୍ରବେଶ କରିଥିଲେ। ସେ ସେଠାରେ ପ୍ରବେସ କରି ତାଙ୍କୁ ଘରେ ଭିତରେ କାବୁ କରିନେଇଥିଲେ। ତାଙ୍କ ପାଖରେ ଏକ ବନ୍ଧୁକ ମଧ୍ୟ ଥିଲା। ସେ ସେହି ବନ୍ଧୁକ ସାହାଯ୍ୟରେ ସେମାନଙ୍କୁ ଡରାଉଥିଲେ ଓ ଧମକାଉଥିଲେ।
ଉକ୍ତ ଯୁବକଜଣକ ସେହି ମଦନ ମୋହନ ହୋତାଙ୍କ ଘରେ ପ୍ରବେଶ କରି ତାଙ୍କୁ ବନ୍ଧକ ରଖି ତାଙ୍କ ଭାଣଜୀଏନକେ ବିଷୟରେ ପଚାରୁଥିଲେ। ତାଙ୍କ ଭାଣଜୀଙ୍କୁ ଏହି ଯୁବକ ଜଣକ ଭଲ ପାଉଥିଲେ। ଓ ତାଙ୍କ ଭାଣଜୀଙ୍କର ଅନ୍ୟତ୍ର କୁଆଡେ ନିର୍ବନ୍ଧ ମଧ୍ୟ ହୋଇସାରିଥିଲା। ତାଙ୍କ ଭାଣଜୀ ଏହି ଠିକଣା ଦେଇଥିଲେ, ସେଥିପାଇଁ ଏହି ଯୁବକ ଜଣକ ମଦନ ମୋହନ ହୋତାଙ୍କ ଘର ଉପରକୁ ଆକ୍ରମଣ କରିଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପହଞ୍ଚି ପାଞ୍ଚ ଘଣ୍ଟାର ଯୁଦ୍ଧକାଳୀନ ଅପରେସନ କରିଥିଲେ। ତାପରେ ସେ ନାମାନିବାରୁ, ସେହି ଯୁବକଙ୍କର ମାଙ୍କୁ ମଧ୍ୟ ସେଠାକୁ ଅଣାଯାଇଥିଲା। ତାପରେ ସେମାନେ ଉକ୍ତ ପରିବାରଙ୍କୁ ରକ୍ଷା କରିନେଇଥିଲେ। ପୋଲିସର ଏହି ପ୍ରୟାସ ପରେ ଯାଇ ସେମାନେ ସେହି ପରିବାରକୁ ରକ୍ଷା କରିଥିଲେ ଓ ସେହି ଯୁବକଙ୍କୁ ଗିରଫ ମଧ୍ୟ କରିଥିଲେ।
ସେହି ଯୁବକ ଜଣକ ଯେଉଁ ବନ୍ଧୁକ ଆଣିଥିଲେ, ସେଥିରୁ ଦୁଇଟି ଫାଇରିଙ୍ଗ ମଧ୍ୟ ହୋଇଥିଲା। ଅନୁମାନ କରାଯାଉଛିକି ଯେତେବେଳେ ପୋଲିସ ତାଙ୍କ ସହ ସାମ୍ନା କରୁଥିଲେ ସେତେବେଳେ ସେ ଦୁଇଟି ଫାଇରିଙ୍ଗ କରିଥିବେ। ବଲାଙ୍ଗୀର ଏସପି ଏହି ବିଷୟରେ କହିଲେକି, ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି, ବର୍ତ୍ତମାନ ଏହି ଯୁବକଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।’