ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଦେଖାଇଲେ ମିଳିବ କୋଠାର ଦଣ୍ଡ….!

ଏବେ ଯାତ୍ରା ମଞ୍ଚ ଉପରେ ଯେଉଁ ଅଶ୍ରିଳତା ଦେଖିବାକୁ ମିଳୁଛି ତାହା ନିଶ୍ଚିତ ଭାବରେ ଆମ ଓଡ଼ିଶାର ଯାତ୍ରା ଉପରେ ଏକ ଖରାପ୍ ପ୍ରବାହ ପକାଉଛି।ବାରମ୍ବାର ଏହି ପ୍ରସଙ୍ଗ ଉଠି ଥିଲେ ସୁଦ୍ଧା କେତେକ ଏମିତି ଆଇଟମ ଡାନ୍ସର ମାନେ ଅଛନ୍ତି ଯେଉଁ ମାନେ କି ଆଦୌ ହେଲେ ମଧ୍ୟ ଏସବୁ ରୁ ଯେମିତି ଓହରି ପାରୁ ନାହାଁନ୍ତି। ଆଉ ବର୍ତ୍ତମାନ ସମୟରେ ଏବେ ସେଭଳି କିଛି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯାହାକୁ ଖୁବ ଚର୍ଚ୍ଚା ହେବାରେ ଲାଗିଛି।ସେ କହିଥିଲେ କି ଯାତ୍ରା ମଞ୍ଚ ଉପରେ ଅଶ୍ରିଳତା ହେଉଛି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଅଟେ। ଏହି ସମ୍ପର୍କରେ ମଧ୍ୟ ଖୁବ୍ ଶୀଘ୍ର ଆଇନ ଆସିବାକୁ ଯାଉଛି।

ହେଲେ ତାହା ପୁର୍ବରୁ ଯାତ୍ରା ଜଗତର ବିଭିନ୍ନ ଅଂଶୀଦାର ମାନଙ୍କ ସହିତ ଆଲେଚନା କରୁଛନ୍ତି ବୋଲି କହିଥିଲେ।ଯାତ୍ରା ମାଲିକ ଠାରୁ ଆରମ୍ଭ କରି ଯାତ୍ରା କମିଟି ପର୍ଯ୍ୟନ୍ତ ସମସ୍ତଙ୍କ ସହ ଆଲୋଚନା କରାଯାଉଅଛି। ଏଥି ସହ କେବଳ ଅଶ୍ରିଳତା ନୁହେଁ ଜୀବଜନ୍ତୁ ଙ୍କ ଉପରେ ଯେଉଁ ନୃସଂଶତା ହେଉଛି,ସେ ଯେଉଁ ସ୍ଥାନ ବି ହେଉନା କାହିଁକି ସେହି ପଶୁ ନୃଶଂଶତା କୁ ମଧ୍ୟ ବନ୍ଦ୍ କରିବା ପାଇଁ ଏକ ମାର୍ଗ ଦର୍ଷିକା ସହ ଭରତୀୟ ନ୍ୟାୟ ସଂହିତା ୨୦୨୩ ରେ କେଉଁ କେଉଁ ବ୍ୟବସ୍ଥା ପ୍ରଧାନ ରହିଛି

ଏବଂ ତାହାକୁ କେଉଁଭଳି ଭାବରେ ଠିକ ରେ ଲାଗୁ କରାଯିବ ଏକଥା କୁ ନମାନିଲେ ଅର୍ଥାତ ଅଶ୍ଳୀଳତା ଓ ନୃସଂସତା ଯାତ୍ରା ପେଣ୍ଡାଲ ରେ ଦେଖା ଗଲେ କଣ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣିତ ହେବ ବୋଲି ମନ୍ତ୍ରୀ କହିଥିଲେ।ତାଙ୍କ କଥାରୁ ଯାହା ଲାଗୁଥିଲା କି ବୋଧ ହୁଏ ଆଉ ଯାତ୍ରା ପେଣ୍ଡାଲ ଉପରେ ଏଭଳି ଭାବରେ ଅଶ୍ଳୀଳତା ଦେଖିବାକୁ ମିଳିବ ନାହିଁ ବୋଲି। ଆଉ ଏହା ଯଦି ବାସ୍ତବରେ ପ୍ରତିଫଳିତ ହେବ ତେବେ ଏହା ନିଶ୍ଚିତ ଭାବରେ ହିଁ ସମସ୍ତଙ୍କ ପାଇଁ ବେଶ ଲାଭ ଦାୟକ ହେବ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment