ମୁଁ ତିନି ମାସର ଗର୍ଭବତୀ ମୋ ସ୍ବାମୀ ପାଟିରୁ ଫେଣ ବାହାର କରି ମ-ରିଗଲେ

ବନ୍ଧୁଗଣ ସ୍ବାମୀ ସ୍ତ୍ରୀ ର ନାମ ଥିଲା ବସନ୍ତ ଓ ବର୍ଷା। ତାଙ୍କ ଜୀବନରେ ସବୁକିଛି ଠିକ ଠାକ୍ ଥିଲା। ବସନ୍ତ ୨୫ ବର୍ଷୀୟ ଥିବା ବେଳେ ବର୍ଷା ୨୩ ବର୍ଷୀୟା ଥିଲେ। ଦୁହେଁ ଦୁହିଁଙ୍କ ହାତ ଧରି ଏକ ନୁଆ ଜୀବନ ଆରମ୍ଭ କରି ଦେଇଥିଲେ। ଏହି ସ୍ବାମୀ ସ୍ତ୍ରୀ ଙ୍କ ଯୋଡ଼ି ସମସ୍ତଙ୍କୁ ଖୁବ୍ ପସନ୍ଦ ମଧ୍ୟ ରହିଥିଲା। ହେଲେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏଭଳି ଭାବରେ ମୁଣ୍ଡ ଗଡି ଯିବ ତାହା କେହି ହେଲେ ମଧ୍ୟ ନିଜ ସ୍ବପ୍ନ ରେ ସୁଦ୍ଧା ଭାବି ନଥିଲେ।ବସନ୍ତ ପୁରୁଷୋତ୍ତମପୂର ଥାନା ଅନ୍ତର୍ଗତ ଏକ ଗ୍ରାମର ଯୁବକ ଥିଲେ। ଗତ ଛଅ ମାସ ତଳେ ସେ ବର୍ଷା ଙ୍କୁ ବିବାହ କରିଥିଲେ। ଆଉ ସେହି ଦିନଠାରୁ ବସନ୍ତ ଓ ବର୍ଷାଙ୍କ ନୂଆ ଜୀବନର ଆରମ୍ଭ ହୋଇଥିଲା।

ଦେଖୁ ଦେଖୁ ବର୍ଷା ତିନି ମାସର ଗ-ର୍ଭ-ବ-ତୀ ମଧ୍ୟ ହୋଇ ସାରିଥିଲେ। କେଇଟା ମାସ ପରେ ବାପା ହୋଇ ଥାଆନ୍ତା ବସନ୍ତ। ବର୍ଷା କିଛିଦିନ ହେବ ତାଙ୍କର ବାପ ଘରେ ରହୁଥିଲେ। ଆଉ ହଠାତ୍ ବର୍ଷାଙ୍କୁ ବସନ୍ତ ଫୋନ କରି କହିଥିଲେ କି ତାଙ୍କର ଭାଇ ଆଉ ଭାଊଜ,ଦୁହିଁଙ୍କୁ ଅଲଗା କରି ଦେବା ପାଇଁ ଚାହୁଁଛନ୍ତି ବୋଲି। ଆଉ ସେ ତାଙ୍କୁ ମଧ୍ୟ ଛାଡ଼ି ରହି ପାରିବେନି। ଏହାପରେ ବର୍ଷା, ବସନ୍ତ ଙ୍କୁ ଅନେକ କଥା କହି ବୁଝାଇ ଥିଲା। ହେଲେ ତାହାରି ଭିତରେ ବସନ୍ତ ଘରେ ଫିନାଈଲ ପିଇ ଦେଇଥିଲା। ଏହାପରେ ବଡ଼ ଭାଇ ଆଉ ଭାଉଜ ତାକୁ ନେଇ ହସ୍ପିଟାଲ ରେ ଭର୍ତ୍ତି କରାଇ ଥିଲେ। ଏହାପରେ ବସନ୍ତ ଘରକୁ ମଧ୍ୟ ଫେରି ସାରିଥିଲା।

ଏହାପରେ ବସନ୍ତ ନିଜର ଶଶୁର ଘରକୁ ଯାଇଥିଲା ଗତ ଗୁରୁବାର ଦିନ ରାତିରେ ଖାଇ ସାରି ସୋଇଥିବା ବେଳେ,ବସନ୍ତକୁ କେହି ଡାକିଲେ ଆଉ ଶୁଣି ନଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃ-ତ ଘୋଷଣା କରିଥିଲେ। ଭାଇ ଭାଉଜଙ୍କ ପାଇଁ ତାଙ୍କର ସ୍ଵାମୀଙ୍କ ମୃ-ତ୍ୟୁ ହୋଇଥିବା ନେଇ ଏବେ ବର୍ଷା ଅଭିଯୋଗ ମଧ୍ୟ କରିଛନ୍ତି। ଆଉ ବର୍ଷାର ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି। ଏହି ଘଟଣା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment