କଣ ଆପଣ ଜାଣିଛନ୍ତି ନବୀନ ପଟ୍ଟନାୟକ ଯିଏ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି ତାଙ୍କ ର ଯୁବକ ସମୟ ରେ ଗୋଟେ ନିଶା ଥିଲା କି ସେ ଅଭିନୟ କରିବେ ଆଉ ସେ ନିଶା ରେ ସେ ଗୋଟେ ଫିଲ୍ମ ରେ ଅଭିନୟ କରିଥିଲେ ସେ ସିନେମା ଓଡ଼ିଆ ନୁହ କି ହିନ୍ଦୀ ନୁହ ସେ ଥିଲା ହଲିଉଡ୍ ସିନେମା ଆଉ ସେ ସିନେମା କୁ ୧୯୮୮ ମସିହାର ଏହି ଚଳଚିତ୍ରର ନାମ ଥିଲା “ଦ ଡିଭାଇସିୟର୍ସ”।ମାର୍ଚଣ୍ଡ ଆଇବରୀଙ୍କ ନିର୍ଦେଶିତ ଏହି ଚଳଚିତ୍ରରେ ପ୍ରମୂଖ ଭୂମିକାରେ ଅଭିନୟ କରିଥିଲେ ପର୍ସ ଗ୍ରୋସନ୍ ଓ ସଇ ଜଫ୍ରି।
ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଏହିଭଳି ରୋଚକ ତଥ୍ୟକୁ ନିଜ ପୁସ୍ତକରେ ରଚନା କରିଛନ୍ତି ପ୍ରସିଦ୍ଧ ସାମ୍ବାଦିକ ରୁବେନ୍ ବାନାର୍ଜୀ। ଅଭିନୟରେ ରୁଚି ରଖୁଥିବା ନବୀନ ନିଜ ଯୁବାବସ୍ଥା ସମୟରେ ଏକ ଇଂରାଜୀ ଚଳଚିତ୍ରର ଏକ ଛୋଟ ଭୂମିକାରେ ନଜର ଆସିଥିଲେ।
ତେବେ ହଲିଉଡ୍ ଚଳଚିତ୍ରର ଅନେକ କଳାକାର ନବୀନଙ୍କ ଉତ୍ତମ ବନ୍ଧୁ ଥିଲେ। ତାଙ୍କ ଯୁବାବସ୍ଥା ସମୟରେ ସେ ଅନେକ ସମ୍ଭ୍ରାନ୍ତ ବନ୍ଧୁ ଓ ତାଙ୍କ ପାର୍ଟିରେ ଯୋଗ ଦେଉଥିଲେ ନବୀନ। ତେବେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଦିଲ୍ଲୀର ସୋସିଆଲ୍ ସର୍କଲରେ ବେଶ୍ ସକ୍ରିୟ ରହୁଥିଲେ ନବୀନ।
ହେଲେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହେଲା ପରେ ସବୁ ଦିନ ପାଇଁ ସିନେ ଜଗତ ରୁ ନିଜକୁ ଦୂରେଇ ଦେଲେ ନବୀନ, କଣ କହିବେ ଆପଣ ଏହା ଆଗରୁ ଜାଣିଥିଲେ କି