ସାଂସଦ ହେବା ପରେ ଦାନ କରିଦେଲେ ନିଜର ୫ ମାସର ଦରମା । ଝିଅଙ୍କ ଶିକ୍ଷା ପାଇଁ ନିଜ ଦରମା କୁ ଦାନ କରି ଦେଇଛନ୍ତି ସାଂସଦ। ଏବେ ଚର୍ଚ୍ଚା ହେବାରେ କିଏ ସେହି ସାଂସଦ ଯିଏକି ଏଭଳି ଦାନ କରି ଦେଉଛନ୍ତି। ଝିଅ ମାନଙ୍କ ଶିକ୍ଷା ପାଇଁ ଦେଶରେ ସରକାର ଅନେକ ସବୁ ଯୋଜନା ଚଳାଉ ଛନ୍ତି। ତା ଭିତରେ ବ୍ୟକ୍ତିଗତ ସ୍ତରରେ ମଧ୍ୟ ସରକାର ଝିଅ ମାନଙ୍କ ପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି। ଏହି ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଜାଣିଥିବେ।ବିହାର ର ଯୁବ ସାଂସଦ ସମ୍ଭାବି ଚୌଧୁରୀ ଏଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯାହାକୁ ଶୁଣିବା ପରେ ସମସ୍ତେ ଏବେ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଲୋକସଭା ପ୍ରାର୍ଥୀ ସାଂସଦ ସମ୍ଭାବି ଚୌଧୁରୀ ଗୁରୁବାର ଦିନ ଏକ ଘୋଷଣା କରିଥିଲେ।
ସେ ତାଙ୍କର ଲୋକସଭା ନିର୍ବାଚନ ମଣ୍ଡଳୀ ସମସ୍ତିପୁର ରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କର ପାଞ୍ଚ ବର୍ଷର କାର୍ଯ୍ୟକାଳ ର ବେତନ ଦାନ କରି ଦେଇଛନ୍ତି।ସେ ଲୋକ ଜନତା ପାର୍ଟି ର ସାଂସଦ ମଧ୍ୟ ଅଟନ୍ତି। ସେ ବିହାର ର ସମସ୍ତିପୁର ଆସନରୁ ପ୍ରତିନିଧିତ୍ଵ କରୁଛନ୍ତି।୨୦୨୪ ର ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ଭାବି ଙ୍କୁ ପ୍ରଶଂସା କରିଥିଲେ। ସେ NDA ର ସର୍ବ କନିଷ୍ଠ ପ୍ରାର୍ଥୀ ବୋଲି ମଧ୍ୟ ବର୍ଣ୍ଣନା କରିଥିଲେ।
ଆଉ ସେ ଏବେ ଘୋଷଣା କରିଛନ୍ତି କି ଏବେ ସେ ତାଙ୍କର ପାଞ୍ଚ ମାସର ଦରମା କୁ ଯୁବତୀ ମାନଙ୍କ ପାଠ ପଢା ପାଇଁ ଦାନ କରିବେ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ତାଙ୍କର ଏହି ଖବର ସମ୍ପର୍କରେ ମଧ୍ୟ ଖୁବ ଆଲୋଚନା ହେବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଲୋକମାନେ ମଧ୍ୟ ଉକ୍ତ ସାଂସଦଙ୍କ ଖୁବ ପ୍ରଶଂସା କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ସାଂସଦ ଙ୍କ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।