ଅତିରିକ୍ତ ତହସିଲଦାର ଙ୍କୁ ମାଡ଼ ମାରିଲେ ମହିଳା। ତହସିଲ ଭିତରେ ପଶି କଲର୍ ଧରି ମାଡ଼ ମାରିଥିବା ର ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଉତ୍ୟକ୍ତ ମହିଳା ଅତିରିକ୍ତ ତହସିଲଦାର ଙ୍କୁ ଘେରି ଯାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ଼ ମରା ଯାଇଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀର ଜିଲ୍ଲାର , ଦେଓଗାଁ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ସୋମକେଶ ନାୟକଙ୍କୁ,ଏଭଳି ଭାବରେ ମାଡ଼ ମାରିଥିବା ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ନ ଦେବାରୁ ଜଣେ ଯୁବକ CRPF ଚାକିରୀ ହରାଇ ବସିଛନ୍ତି। ଯେଉଁ କାରଣ ପାଇଁ ଯୁବକଙ୍କ ପରିବାର ଲୋକ ଏବଂ ଅନ୍ୟ ଲୋକମାନେ ଅତିରିକ୍ତ ତହସିଲଦାର ଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା।
ବିବେକ ମେହେର ନାମକ ଜଣେ ବ୍ୟକ୍ତି CRPF ରେ ଚାକିରୀ ପାଇଥିଲେ ହେଲେ ତାଙ୍କର ଜାତିଗତ ପ୍ରମାଣପତ୍ର ନଦେବା କାରଣରୁ,ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଛି। ଅଭିଯୋଗ ହୋଇଛି ଯେ ବିବେକ ମେହେର ବାରମ୍ବାର ଅତିରିକ୍ତ ତହସିଲଦାର ଙ୍କ ନିକଟରେ ପହଞ୍ଚି ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେବା ପାଇଁ କହିଥିଲେ। ହେଲେ ତାଙ୍କୁ ବିଭିନ୍ନ ପ୍ରକାରର ଆଳ ଦେଖାଇ ତାଙ୍କୁ ଅତିରିକ୍ତ ତହସିଲଦାର ଜଣକ ତାଙ୍କୁ ଜାତିଗତ ପ୍ରମାଣପତ୍ର ଦେଇ ନଥିଲେ।
ଏବେ ଏହି କାରଣ ପାଇଁ ଯୁବକ ଜଣକ ତାଙ୍କର ଚାକିରୀ ହରାଇ ବସିଛନ୍ତି। କେବଳ ହିଁ କାରଣ ପାଇଁ ହିଁ,ଯୁବକଙ୍କ ପରିବାର ଲୋକେ ଉତ୍ୟକ୍ତ ହୋଇ ଅତିରିକ୍ତ ତହସିଲଦାର ସୋମାକେଶ ନାୟକଙ୍କ କଲର ଧରି ମାଡ଼ ମାରିଥିବା ଜଣା ପଡିଥିଲା। ଏହି ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହି ଘଟଣା ସମ୍ପର୍କିତ ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ଦେଖି ସାରିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ଭୁଲି ଯିବେ ନାହିଁ।