ଏବେ ସୋସିଆଲ ମିଡ଼ିଆ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କି ଜଣେ ଯୁବତୀ ଦାମୀ ଗାଡ଼ି ମଧ୍ୟରେ ବସି ନିଜର ମୁହଁ ଲୁଚାଇବାକୁ ଲାଗିଥିଲେ। ଆଉ ତାଙ୍କୁ ଗଣମାଧ୍ୟମ ଭାଇ ମାନେ ଯେତେ ପ୍ରଶ୍ନ ପଚାରିଲେ ମଧ୍ୟ ସେ ଟିକେ ହେଲେ ମଧ୍ଯ ବୁଲିକି ଚାହିଁ ନଥିଲେ। କି ସେ କୌଣସି ପ୍ରକାର ଉତ୍ତର ମଧ୍ୟ ଦେଇ ନଥିଲେ। ଏହି ମହିଳା ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର, ସାରସକଣା ବ୍ଲକ୍ , ପଳାଶପଡ଼ି ରେ ଥିବା ,ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ।
ତାଙ୍କର ଦାୟିତ୍ୱରେ ଥିବା ବିଦ୍ୟାଳୟର ଛାତ୍ରୀ ନିବାସ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯେ ସେ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା କଥା ବରଂ ସେ ନିଜର ମୁହଁ ଲୁଚାଇ ବସିଛନ୍ତି। କାରଣ ଛାତ୍ରୀ ନିବାସରେ ବାସ କରୁଥିବା ଷଷ୍ଠ ଶ୍ରେଣୀର ଛାତ୍ରୀ ଙ୍କୁ ଛାତ୍ରୀ ନିବାସ ଭିତରୁ ହିଁ କେହି ଜଣେ ଅପହରଣ କରି ନେଇଥିଲା।ଏବେ ସେହି ବ୍ୟକ୍ତିଙ୍କ ଅଡିଓ କଲ୍ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅପହୃତ ନାବାଳିକା କୌଣସି କାରଣ ବଶତଃ ଅପହରଣକାରୀ ନିକଟରୁ ଖସି ଆସିଥିଲେ। ଆଉ କାନ୍ଦି କାନ୍ଦି ରାସ୍ତାରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିଥିଲେ।
ପରେ ନାବାଳିକା ଛାତ୍ରୀଙ୍କ ଠାରୁ ତାଙ୍କର ବାପା ଙ୍କ ଫୋନ ନମ୍ୱର୍ ନେଇ ଫୋନ କରିବାରୁ ଛାତ୍ରୀଙ୍କ ବାପା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।ଆଉ ନାବାଳିକା ଛାତ୍ରୀ ଙ୍କୁ ଉଦ୍ଧାର କରିଥିବା କି ସେହି ଯୁବକଙ୍କ ଭିଡିଓ ଯେଉଁଥିରେ କି ସେ ସମସ୍ତ କଥା କହିଛନ୍ତି ତାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ମାତ୍ର ଏହାକୁ ନେଇ କିନ୍ତୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନଥିଲେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।