ଜଣେ ବାପା ଏବେ ପୁଅ ସହ ଏଭଳି କିଛି କରି ଦେଇଛି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।ମାତ୍ର ପାଞ୍ଚ ହଜାର ଟଙ୍କା ପାଇଁ ନିଜ ପୁଅ ବୋହୂଙ୍କୁ ଜାଳି ଦେଲା ବାପା। ଏହି ଘଟଣା ସମ୍ପର୍କରେ ଯେ କେହି ଶୁଣିଛି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛି। ଜଣେ ବାପା ପୁଅ କୁ ମାରିବା ପାଇଁ ଏଭଳି ଏକ ଯୋଜନା କରିବ ବୋଲି ତାହା ଆପଣ କେବେ ହେଲେ ମଧ୍ଯ ଚିନ୍ତା କରି ନଥିବେ।ପଇସା ପାଇଁ ବାପା ପୁଅ ବୋହୂ ଘରେ ଥିବା ସମୟରେ ପେଟ୍ରୋଲ ଆଣି ଘରେ ଢ଼ାଳି ନିଆଁ ଲଗାଇ ଦେଇଥିଲେ।ଜାହାପରେ କି ସେହି ନିଆଁରେ ହୁତୁହୁତୁ ହୋଇ ଜଳି ଯାଇଥିଲେ ପୁଅ ବୋହୂ।
ଆଉ ଏହାପରେ ଯେତେବେଳେ ଗାଁ ଲୋକେ ତୁରନ୍ତ ଏହା ଦେଖିବାକୁ ପାଇଥିଲେ ସେତେବେଳେ ସେମାନେ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ କଟକ ବଡ ମେଡିକାଲ କୁ ନେଇ ଚାଲି ଯାଇଥିଲେ।ସେଠାରେ ପୁଅ ବୋହୁଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କଟକ ବଡ଼ ମେଡ଼ିକାଲରୁ ଏକ ଘରୋଇ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ଆଉ ବୋହୂର ମୃ- ତ୍ୟୁ ହୋଇଯାଇଥିବା ଜଣା ପଡ଼ିଥିଲା ।ଏଥି ସହ ପୁଅର ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ବେଳେ ପୁଅର ଅବସ୍ଥା ବର୍ତ୍ତମାନ ସମୟରେ ଗୁରୁତର ରହିଛି।
ଏହି ଅଭାବନୀୟ ଘଟଣା କଟକ ଜିଲ୍ଲାର, ବାଙ୍କୀ, ଗୋଡିସାହି ଠାରେ ଦେଖିବାକୁ ମିଳିଛି।ପୁଅର ନାମ ଦୀନବନ୍ଧୁ ରାଉତ ହୋଇଥିବା ବେଳେ ବାପା ନାମ ହେଉଛି ଗୋବର୍ଦ୍ଧନ ରାଉତ। ଗତ କିଛିଦିନ ହେବ ପଇସା କୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଚାଲି ଆସୁଥିଲା। ମାତ୍ର ବାପା ଏଭଳି କିଛି କରିଦେବେ ବୋଲି କେହି ହେଲେ ମଧ୍ୟ ଆଶା କରି ନଥିଲେ। ଯାହାକୁ ନେଇ ଏବେ ପୋଲିସ ଗୋବର୍ଦ୍ଧନ ଙ୍କୁ ଗିରଫ କରି ତାଙ୍କୁ ପଚରା ଉଚରା କରିବାରେ ଲାଗିଛି। ଏହି ଘଟଣା ସମ୍ପର୍କରେ ଯେ କେହି ମଧ୍ୟ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି।