ଭୁଲ ରେ ଆଫଗାନିସ୍ତାନ ବିଦ୍ରୋହକାରୀ ଙ୍କ ଉପରେ ବମ୍ ପକେଇବା ବଦଳରେ ତାଲିବାନ୍ ଆତଂକବାଦୀ ଙ୍କ ଉପରେ ବମ ପକେଇଦେଲା ପାକିସ୍ତାନ

ଗତକାଲି ଏମିତି ଏକ ଘଟଣା ଘଟିଛି ଏଥିରେ ସାରା ବିଶ୍ଵ ପାକିସ୍ତାନ ର ଆଉ ପାକିସ୍ତାନ ସେନା ର ମଜାକ ଉଡେଇ ଦେଇଛି , ଘଟଣା ଏଇଆ କି ତାଲିବାନ୍ ସହ ମିଶି ପାକିସ୍ତାନ ସେନା ଆଫଗାନିସ୍ତାନ ରେ ଥିବା ପଞ୍ଜସିର କୁ କବ୍ଜା କରିବାରେ ତାଲିବାନ ଙ୍କୁ ସାହାଯ୍ୟ କରିଥାନ୍ତା

ବିଗତ ୨ ସପ୍ତାହ ଧରି ତାଲିବାନ ଆତଙ୍କବାଦୀ ମାନେ ବାରମ୍ବାର ପଞ୍ଜସିର୍ ଉପରେ ଆକ୍ରମଣ କରି ମଧ୍ୟ ବିଫଳ ହେବା ପରେ ପାକିସ୍ତାନ ର ସାହାଯ୍ୟ ଲୋଡ଼ିଥିଲେ ତେବେ ଯଦି ଆପଣ ଜାଣିନାହାନ୍ତି ପଞ୍ଜସୀର କଣ ଆଉ କଣ ପାଇଁ ତାଲିବାନ ସେଇଟି ଆକ୍ରମଣ କରୁଚି ତେବେ ଜାଣନ୍ତୁ, ପଞ୍ଜସୀର୍ ହେଉଛି ଆଫଗାନିସ୍ତାନ ର ଗୋଟେ ଅଞ୍ଚଳ, ଆଫଗାନସ୍ତାନକୁ ନିଜ ଅକ୍ତିଆର କୁ ନେଲା ପରେ ପଞ୍ଜସିର ଗୋଟେ ଏମିତି ମାତ୍ର ଜାଗା ଯାହା ଏଯାବତ୍ ତାଲିବାନ ଅକ୍ତିଆର କରିପାରିନି

ତେବେ କାରଣ ସେଇ ଅଞ୍ଚଳ ର ସବୁ ଲୋକ ଏକଜୁଟ ହେଇ ପହରା ଦେଉଛନ୍ତି ଆଉ ଏଥିରେ ଆଫଗାନ ସେନା ସହ କିଛି ନେତା ମଧ୍ୟ ସାମିଲ ଅଛନ୍ତି, ସେମାନେ ପ୍ରତିଜ୍ଞା କରିଛନ୍ତି ଆମେ ମରିଯିବୁ ପଛେ ତାଲିବାନ କୁ ଆମ ଅଞ୍ଚଳ ଅକ୍ତିଆର କରିବାକୁ ଦବୁନି, ଏଯାବତ୍ ସେମାନେ ହଜାର ରୁ ଉର୍ଦ୍ଧ ତାଲିବାନ ସେନା କୁ ମାରି ସାରିଲେଣି ଯେଉଁମାନେ ପଞ୍ଜସିର ରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ

ତେବେ ଯେତେବେଳେ ତାଳିବାନ ବିଫଳ ହେଲା ସେ ପାକିସ୍ତାନ ସେନା ର ସାହାଯ୍ୟ ଲୋଡିଲେ, ଆଉ ଆପଣ ମାନେ ଜାଣିଛନ୍ତି ପାକିସ୍ତାନ ଆତଂକବାଦୀ ଙ୍କ ପାଇଁ କିଛି ବି କରିପାରେ ତେଣୁ ପାକିସ୍ତାନ ର ସୁରକ୍ଷା ମନ୍ତ୍ରୀ ଗୋପନ ଭାବେ ନିର୍ଦ୍ଦେଶ ଦେଲେ କି ଯାଇ ପଞ୍ଜାସିର ଉପରେ ବିମାନ ଦ୍ଵାରା ବମ୍ ପକେଇ ଦିଅ ଯାହାଦ୍ଵାରା ସବୁ ବିଦ୍ରୋହ କାରୀ ମରିଯିବେ

ତେବେ ସକାଳୁ ପାକିସ୍ତାନୀ ସେନା ବମ୍ ପକେଇବାକୁ ବାହାରିଲା ଆଉ ଓଲଟା ବିଦ୍ରୋହୀକାରୀ ଙ୍କ ବଦଳ ରେ ତାଲିବାନି ସେନା ଙ୍କ ଗୋଷ୍ଟି ଉପରେ ପକେଇ ଦେଇ ଚାଲି ଆସିଲା, ମୂର୍ଖ ପାକିସ୍ଥାନ ର ଏହି କାମ ଦେଖି ତାଲିବାନ୍ ମୁଖ୍ୟ ରାଗରେ ଲାଲ ହୋଇଗଲେଣି ଆଉ ତେବେ ପାକିସ୍ତାନ ସମ୍ପୂର୍ଣ ଭାବେ ମିଛ ବୋଲି କହୁଥିଲା ବେଳେ ଆମେରିକା ତଥା ଅନ୍ୟାନ୍ୟ ସୂତ୍ର ରୁ କଥା ଟି ସତ ବୋଲି ଜଣା ପଡିଛି

Leave a Comment

Your email address will not be published. Required fields are marked *

Scroll to Top