ପ୍ରେମ କେବେ ଆଶୀର୍ବାଦ ତ ପୁଣି କେବେ ଅଭିଶାପ ପାଲଟି ଯାଇଥାଏ। ଯାହାର ଏବେ ଜ୍ୱଳନ୍ତ ଭାବରେ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୁ ପଞ୍ଚାୟତରେ। ମାଟିଗଡା ଗ୍ରାମର ମିତା କାରିଆ ଜଣେ ହରିଜନ ଘରର ଝିଅ ଅଟନ୍ତି। ସେହି ଗ୍ରାମର ସନ୍ତୋଷ ମହନ୍ତ ଙ୍କ ପୁଅ ସୁନୀଲ ମହନ୍ତ ଙ୍କ ସହ ଗତ ଏକ ବର୍ଷ ପୂର୍ବେ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଫୋନ ରେ ଦୁହେଁ କଥାବାର୍ତ୍ତା ହେଉଥିଲେ।ହେଲେ ସେମାନେ ନିଜ ବାହାଘରକୁ ନେଇ ଚିନ୍ତିତ ହୋଇ ପଡ଼ିଥିଲେ। ସେଥିପାଇଁ ଉଭୟ ତାଙ୍କର ପରିବାରକୁ ଏକଥା ନଜଣାଇ ସେମାନେ ଲୁଚି ଛପି ଚେନ୍ନାଇ ଚାଲି ଯାଇଥିଲେ।
ସେଠାରେ ସେ ଏକ ସୂତା କଳରେ କାମ କରି ହସଖୁସୀ ରେ ଦୁହେଁ ରହୁଥିବା ବେଳେ ସୁନିଲ ର ପିତା ମାତା ତାଙ୍କୁ ବାରମ୍ବାର ଫୋନ କରି ସେମାନଙ୍କୁ ଗାଁ କୁ ଆସିବା ପାଇଁ କହୁଥିଲେ । ଗାଁ କୁ ଆସିଲେ ସେମାନଙ୍କ ବାହାଘର କରାଇ ଦେବେ କହିଲାରୁ,ଉଭୟ ସ୍ଵାମୀ ସ୍ତ୍ରୀ ନିଜ ଗାଁ କୁ ଗତ ମେ ମାସ ୧୫ ତାରିଖ ରେ ଆସିଥିଲେ ଏହାପରେ ୧୭ ତାରିଖ ଦିନ ଏକ ଶିବ ମନ୍ଦିରରେ ଉଭୟଙ୍କର ବିବାହ କରାଯାଇ ଥିଲା। ଏହାପରେ ସୁନିଲ ର ମାଆ ଓ ବାପାଙ୍କ ଅସଲ ଚେହେରା ସାମ୍ନା କୁ ଆସି ଯାଇଥିଲା। ଶଶୁର ଘର ଲୋକମାନେ ମଧ୍ୟ ତାଙ୍କୁ ଅନେକ ସମୟରେ ଛୋଟ ଜାତି ବୋଲି କହି ତାଙ୍କୁ ଖୁବ୍ ନିର୍ଯାତନା ମଧ୍ଯ ଦେଇ ଆସୁଥିଲେ।
ନିଜର ସ୍ବାମୀ ମଧ୍ୟ ବାପା ମାଙ୍କ କଥାରେ ପରିଚାଳିତ ହେଉ ଥିବାରୁ,ଗତ ଅକ୍ଟୋବର ମାସରେ ସୁକିନ୍ଦା ଥାନାରେ ମିତା ଅଭିଯୋଗ କରିଥିଲେ ଥାନାରେ ଆପସ ବୁଝା ବଣା ହୋଇଥିବା ବେଳେ ମିତାଙ୍କ ପେଟରେ ୭ ମାସର ପିଲା ଥିବା ବେଳେ ତାଙ୍କର ପିଲା ନଷ୍ଟ କରିବା ପାଇଁ ଶାଶୁ, ଶଶୁର ଓ ସ୍ଵାମୀ ବାଧ୍ୟ କରିଥିଲେ। ହେଲେ ମିତା ମନା କରିଥିଲେ ଏହାପରେ ତାଙ୍କ ସ୍ଵାମୀ ତାଙ୍କୁ ଏମିତି ମାଡ଼ ମାରିଥିଲେ ଆଉ ପେଟକୁ ଗୋଇଠା ମାରିଥିଲେ ଯେ ତାଙ୍କର ପିଲା ନଷ୍ଟ ହୋଇ ଯାଇଥିଲା। ଯାହା ଫଳରେ ଏବେ ମହିଳା ଚିକିତ୍ସା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।