ପାଳିତ ପଶୁମାନେ କରିପାରିବେ ନିଜ ମାଲିକ ଉପରେ କେସ, ସରକାର ଦେଲେ ଏହି ଆଇନଗତ ଅଧିକାର

ଆଫଗାନିସ୍ତାନରେ ମଣିଷମାନଙ୍କର ଅଧିକାର ଛଡାଇ ନିଆଯାଇଛି | କିନ୍ତୁ ଦକ୍ଷିଣ କୋରିଆରେ ବର୍ତ୍ତମାନ ପଶୁମାନଙ୍କୁ ମଧ୍ୟ ଆଇନଗତ ଅଧିକାର ମିଳିଛି | ଦକ୍ଷିଣ କୋରିଆ ନିଜର ଆଇନକୁ ବଦଳାଇ ବର୍ତ୍ତମାନ ପଶୁମାନଙ୍କୁ ମଧ୍ୟ ମଣିଷମାନଙ୍କ ଭଳି ଅଧିକାର ଦେଇଛି | ଏହା ଅଧୀନରେ ବର୍ତ୍ତମାନ ଯଦି ପଶୁମାନଙ୍କ ଅଧିକାରକୁ ଉଲଂଘନ କରାଯାଏ, ତେବେ ସେମାନଙ୍କ ପାଇଁ ଆଇନ ଅନୁଯାୟୀ ଲଢେଇ କରାଯାଇପାରିବ | ଏହାବ୍ୟତୀତ ସରକାର ପଶୁମାନଙ୍କର ଭଲରେ ରହିବା ଏବଂ ଖାଇବା ପିଇବା ପାଇଁ ମଧ୍ୟ ଚିନ୍ତା କରିବାକୁ ପଡିବ ଏବଂ ତାଙ୍କ ଜୀବନର ଅଧିକାରକୁ ମଧ୍ୟ ସମ୍ମାନ ଦେବାକୁ ପଡିବ |

ପଶୁମାନଙ୍କୁ ମଧ୍ୟ ମଣିଷମାନଙ୍କ ପରି ଅଧିକାର :-

କୁହାଯାଉଛି ଯେ ଦକ୍ଷିଣ କୋରିଆର ୫କୋଟି ଜନସଂଖ୍ୟା ମଧ୍ୟରୁ ଏକ କୋଟି ଲୋକ ଏପରି ଅଟନ୍ତି, ଯେଉଁମାନଙ୍କ ପାଖରେ ଯେକୌଣସି ପାଳିତ ପଶୁ ନିଶ୍ଚିତ ଭାବରେ ରହିଛି ଏବଂ ବର୍ତ୍ତମାନ ଏହି ଅଂଶୁମାନଙ୍କ ମଧ୍ୟ ସବୁ ଅଧିକାର ମିଳିବ, ଯାହା କି ମାଲିକମାନଙ୍କ ପାଖରେ ରହିଛି | ଏହି ପ୍ରସ୍ତାବିତ ଆଇନକୁ ଏହି ମାସରେ ଦକ୍ଷିଣ କୋରିଆର ସଂସଦରେ ଉପସ୍ଥାପନା କରାଯିବ |

ଏହି ଦେଶଗୁଡିକରେ ପଶୁମାନଙ୍କ ପାଖରେ ଆଇନଗତ ଅଧିକାର :-

ନ୍ୟୁଜଲ୍ୟାଣ୍ଡ, ଫ୍ରାନ୍ସ ଏବଂ ଫିନଲ୍ୟାଣ୍ଡ ସହିତ ପ୍ରାୟ ୩୨ଟି ଦେଶ ଏପରି ଅଟେ, ଯେଉଁଠାରେ ପଶୁମାନଙ୍କୁ ମଣିଷମାନଙ୍କ ପରି ଅଧିକାର ଦିଆଯାଇଛି | ଯେତେବେଳେ କି ଦୁନିଆରେ ଏହି ସମୟରେ କେବଳ ୨୭ଟି ଦେଶ ଏପରି ରହିଛି, ଯାହାର ନାଗରିକମାନଙ୍କୁ ସବୁ ପ୍ରକାରର ସ୍ୱାଧୀନତା ଦିଆଯାଇଛି | ବାକି ଦେଶ ଗୁଡିକରେ ମଣିଷମାନଙ୍କ ସବୁ ଅଧିକାର ଦିଆଯାଇ ନାହିଁ ଏବଂ ଯେଉଁଠି ବି ଏହି ଅଧିକାର ଦିଆଯାଇଛି, ସେଠାରେ ସେମାନଙ୍କ ସହିତ ଅନେକ ପ୍ରକାରର ସର୍ତ୍ତ ମଧ୍ୟ ରଖାଯାଇଛି |

ଆଫଗାନିସ୍ତାନରେ ମଣିଷ କରୁଛନ୍ତି ଚିତ୍କାର :-

ଆଫଗାନିସ୍ତାନ ଭଳି ଦେଶରେ ତ ବର୍ତ୍ତମାନ ମଣିଷକୁ ନେଇ ଅଧିକାର ମିଳିବାର କଥା ଭାବିବାକୁ ମଧ୍ୟ ଭୟ ଲାଗୁଛି | ଆମେ ଏହା କହୁନାହୁଁ ଯେ ଦୁନିଆର ଦେଶଗୁଡିକୁ ପଶୁମାନଙ୍କୁ ଅଧିକାର ଦେବା ଉଚିତ ନୁହେଁ, କିନ୍ତୁ ଆମେ ଏହା କହୁଛୁ ଯେ ଦୁନିଆକୁ ସେହି ଲକ୍ଷ ଲକ୍ଷ କୋଟି କୋଟି ମଣିଷମାନଙ୍କ ଅଧିକାର ବିଷୟରେ ମଧ୍ୟ ଭାବିବା ଉଚିତ, ଯେଉଁମାନଙ୍କର ସବୁ ଅଧିକାର ଆତଙ୍କବାଦୀମାନେ ଛଡାଇ ନେଇଛନ୍ତି |

Leave a Comment