ରଡ଼ି ଛାଡୁଥିଲା ପୋଲିସ୍ ଭଉଣୀ ମଝି ରାସ୍ତାରେ ଖଣ୍ତାରେ ହାଣିଦେଲା ଭାଇ

ପୋଲିସ ଭଉଣୀ କୁ ମଝି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ। ପୋଲିସ ଡ୍ରେସ୍ ରେ ଭଉଣୀ ଜଣକ ରଡ଼ି ଛାଡ଼ି ଦୌଡ଼ୁଥିଲା। ଆଉ ଭାଇ ଏପଟେ ଭଉଣୀଙ୍କୁ ଘୋଷାଡି ହାଣିବାରେ ଲାଗିଥିଲା। ପୋଲିସ ଭଉଣୀକୁ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବରେ ହାଣି ଦେଇଥିଲା ଭାଇ। ଭଉଣୀ ତାର ପୋଲିସ ଡ୍ରେସ୍ ରେ ରହି ଡ୍ୟୁଟି କରୁଥିଲା। ହେଲେ ହଠାତ୍ ଭାଇ ପହଞ୍ଚି ଭଉଣୀ କୁ ଖଣ୍ଡାରେ ଧରି ହାଣିବା ରେ ଲାଗିଥିଲା।ଭଉଣୀ ଜଣକ ମଝି ରାସ୍ତାରେ ଖଣ୍ଡା ଚୋଟ ଖାଇ ଖୁବ ଜୋରେ ଦୌଡ଼ିବାରେ ଲାଗିଥିଲା। ରାକ୍ଷସ ଭାଇ ଜଣକ ତାକୁ ଗୋଡ଼ାଇ ଗୋଡ଼ାଇ ମାରିବାରେ ଲାଗିଥିଲା।

ଭାଇ ଜଣକ ତାର ରକ୍ତର ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିଲା। ଭଉଣୀ ସହ ବିତେଇ ଥିବା ସେହି ସବୁ ଦିନ କଥା ମଧ୍ୟ ଭୁଲି ଯାଇଥିଲା। ଆଗ ପଛ କିଛି ନଭାବି ରାଗରେ ଭଉଣୀର ସବୁକିଛି ସାରି ଦେଇଥିଲା। ଜଣେ ମହିଳା କନେଷ୍ଟବଳଙ୍କୁ ତାଙ୍କର ଭାଇ,ନିର୍ମମ ଭାବରେ ହ-ତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ର ରେଙ୍ଗରେଡ୍ଡି ଜିଲ୍ଲାରେ। ଅନ୍ୟ ଜାତି ରେ ବିବାହ କରିବା କାରଣରୁ ଭଉଣୀ କୁ ଭାଇ ହ-ତ୍ୟା କରିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି।

ସୁଚନା ମୁତାବକ ଭଉଣୀ ଜଣକ ଏକ ପୋଲିସ ଷ୍ଟେସନ ରେ ଏକ କର୍ମଚାରୀ ଅର୍ଥାତ କନଷ୍ଟେବଳ ଭାବରେ କାମ କରୁଥିଲେ। ସେ ସପ୍ତାହ ପୁର୍ବରୁ ଜଣେ ଅନ୍ୟ ଜାତିର ଯୁବକକୁ ବାହା ହୋଇଥିଲେ।ପୁଅ ଅନ୍ୟ ଜାତିର ହୋଇ ଥିବାରୁ ତାହାକୁ ଘର ଲୋକମାନେ ମଧ୍ୟ ଖୁବ୍ ବିରୋଧ କରିଥିଲେ। ଉଭୟ ନିଜ ନିଜ ଇଚ୍ଛାରେ ଲୁଚି ବିବାହ କରି ନେଇଥିଲେ। ଝିଅର ଏହି ବିବାହକୁ ସହଜରେ ଗ୍ରହଣ କରି ପାରି ନଥିଲେ ତାଙ୍କର ପରିବାର ଲୋକେ। ଏଥିରେ କ୍ରୋଧିତ ହୋଇ ତାଙ୍କ ଭଉଣୀ ତାଙ୍କୁ ହ-ତ୍ୟା କରି ଦେଇଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Leave a Comment