ଧରା ପଡ଼ିଗଲା ମହିଳା ପୋଲିସ ଅଫିସର ଙ୍କ ଖେଳ। ପୋଲିସ ପୋଷାକ ପିନ୍ଧି ରାସ୍ତା ଘାଟ ସବୁଠି ଖେଳ କରୁଥିଲେ ଯୁବତୀ। ହେଲେ ଯୁବତୀଙ୍କ ସବୁ ଖେଳ ଏବେ ସାମ୍ନା କୁ ଆସି ଯାଇଛି। ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ପୋଲିସ ପୋଷାକରେ ଅନେକ ଦମ୍ ରହିଥାଏ ଯାହାକି ଆପଣ ନିଶ୍ଚିତ ଭାବରେ ଜାଣିଥିବେ। ଏହି ପୋଷାକରେ ଜଣେ ମହିଳା ଫାଇଦା ଉଠାଇ ଥିବା ଖବର ସାମ୍ନା କୁ ଆସିଛି।ପୋଲିସ ୟୁନିଫର୍ମ ରେ ତିନିଜଣ ମହିଳା ଅଛନ୍ତି ଆଉ ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନକଲି ପୋଲିସ। ମଝିରେ ଠିଆ ହୋଇଥିବା ମହିଳା ଜଣକ ପୂରା ପୋଲିସ ଭଳି ହିଁ ପୋଷାକ ପିନ୍ଧିଛନ୍ତି।
ଗୋଟେ ହାତ ତାଙ୍କର ପକେଟ୍ ରେ ରଖିଥିବା ବେଳେ ପୂରା ପୋଲିସ ଭଳି ସେ ଷ୍ଟାଇଲ ମାରୁଛନ୍ତି। ତାଙ୍କର ଆବ ଭାବ ଦେଖିଲେ କେହି କହି ପାରିବେନି କି ସେ ଜଣେ ନକଲି ପୋଲିସ୍ ବୋଲି।ଏପରି ପୋଲିସ ହୋଇ ବୁଲିବାର କାମ ସେ ଏବେ କରୁ ନାହାଁନ୍ତି। ଦୀର୍ଘ ଆଠ ବର୍ଷ ହେବ ସେ ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଚଖାମା ଦେଇ ଆସୁଛନ୍ତି। ସୂଚନା ମୁତାବକ ଏହି ଘଟଣାଟି ଉତ୍ତରପ୍ରଦେଶ ର ଅଟେ। ମହିଳାଙ୍କ ନାମ ହେଉଛି ରଜନୀ ଡୁବେ। ଯାହା ଦ୍ଵାରା ନକଲି ପୋଲିସ ଅଫିସର୍ ଙ୍କ ଏବେ ପରଦା ଫାର୍ସ ହୋଇ ଯାଇଛି।
ପୋଲିସ କୁ ରଜନୀ ଉପରେ ମଧ୍ୟ ସନ୍ଦେହ ହେବା ଆରମ୍ଭ ହୋଇ ଯାଇଥିଲା।ସନ୍ଦେହ ପରେ ମହିଳା ଙ୍କୁ ପୋଲିସ ପଚରା ଉଚରା କରିଥିଲା। ପୋଲିସ ର ଆଖି ଦେଖି ନିଜ ମୁହଁ ରୁ ସବୁ ସତ ଉଗାଳି ଦେଇଥିଲେ ମହିଳା ଜଣକ। ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଲୋକମାନେ ଏହାକୁ ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।