ପ୍ରେମରୁ ପ୍ରତାରଣା ପାଇଲେ ଆଉ ନିଜର ଜୀବନ ହାରି ଦେଲେ। ବନ୍ଧୁତ୍ୱ ରୁ ଆରମ୍ଭ ହୋଇଥିଲା ଏହି ପ୍ରେମ। ଆଉ ପ୍ରେମରୁ ପ୍ରତାରଣା ସହି ପାରିଲେନି ପ୍ରେମିକ ଜଣକ। ଶେଷରେ ରାସ୍ତା କଡ଼ରେ ଜୀବନ ହାରିଦେଲେ। ଯାହାକୁ ନେଇ ପ୍ରେମିକା ଓ ପ୍ରେମିକାଙ୍କ ନାମରେ ଅଭିଯୋଗ ଆଣିଲେ ପ୍ରେମିକର ପରିବାର ଲୋକେ। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲାର , ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦୋବନ୍ତ ଗ୍ରାମରେ ଘଟି ଯାଇଛି।ସେହି ଗ୍ରାମର ସୌମ୍ୟରଞ୍ଜନ ମଲ୍ଲିକ ସ୍କୁଲ୍ ରେ ପାଠ ପଢିବା ଦିନଠାରୁ ନିଜ ସହପାଠୀ ଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଦୁଇଜଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଅଧିକ ଦିନର ଥିଲା। ଦୁହେଁ କେନ୍ଦ୍ରାପଡ଼ାର ସ୍ଵୟଂଶାସିତ ମହାବିଦ୍ୟାଳୟ ରେ +୩ ରେ ପ୍ରଥମ ବର୍ଷରେ ପାଠ ପଢୁଥିଲେ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କର ପ୍ରେମ ସମ୍ପର୍କ ବିଷୟରେ ସବୁକିଛି ଜାଣିଥିଲେ।
ଦୁହେଁ ମଧ୍ୟ ଉଭୟଙ୍କ ଘରକୁ ଯିବା ଆସିବା କରୁଥିଲେ।ଉଭୟଙ୍କ ମଧ୍ୟରେ ସବୁକିଛି ମଧ୍ୟ ଠିକଠାକ ଚାଲିଥିଲା। ଏହାପରେ ପ୍ରେମିକାର ଧରମ ଭାଇ ସହ ସମ୍ପର୍କ ନିବିଡ଼ ହୋଇ ଯାଇଛି। ସେଥିପାଇଁ ସୌମ୍ୟଙ୍କୁ ମିଶିବା ପାଇଁ ପ୍ରେମିକାଙ୍କ ଘର ଲୋକ ବାରଣ କରି ଦେଇଥିଲେ। ଏପରି କି ସୌମ୍ୟ ଜାତିରେ ହରିଜନ ହେଇ ଥିବାରୁ ସୌମ୍ୟଙ୍କ ମାଆ ତାଙ୍କୁ ଜାତିଗତ ଆକ୍ଷେପ ମଧ୍ୟ କରିଥିଲେ। ଏତେ କଷ୍ଟ ସହି ପାରି ନଥିଲେ ସୌମ୍ୟ ଆଉ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଥିଲେ।
ଏହାପରେ ସେ କୀଟନାଶକ ଔଷଧ ପିଇ ନିଜର ଜୀବନ ହାରୀ ଦେଇଥିଲେ। ଯାହାକୁ ନେଇ ସୋମ୍ୟଙ୍କ ପରିବାର ଲୋକ ଏବେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି। ପୋଲିସ ନିକଟରେ ପ୍ରେମିକା ଓ ପ୍ରେମିକାଙ୍କ ପରିବାର ଲୋକଙ୍କ ନାମରେ ଲିଖିତ ଭାବରେ ଅଭିଯୋଗ ମଧ୍ଯ କରିଛନ୍ତି।ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।