ମୁଁ ପ୍ରିୟଙ୍କା,ଗୋଟିଏ ଟୋକାରେ ମୋତେ ଶାନ୍ତି ମିଳିଲାନି ଦୁଇ ଜଣଙ୍କ ସହ ସମ୍ପର୍କ ରଖିଲି

ପ୍ରିୟଙ୍କା ଜଣକୁ ପ୍ରେମ କରି ଅନ୍ୟ ଜଣକ ସହ ସମ୍ପର୍କ ରଖୁଥିଲା। ତାକୁ ପ୍ରେମିକ ଜଣକ ସୌମ୍ୟ ରଞ୍ଜନ ଛଅ ବର୍ଷ ଧରି ପ୍ରେମ କରିଥିଲା। ଦାମୀ ଦାମୀ ଗିଫ୍ଟ ମଧ୍ୟ ଦେଉଥିଲେ ଆଉ ଅଷ୍ଟମ ଶ୍ରେଣୀରୁ ହିଁ ସେ ପ୍ରିୟଙ୍କା ଙ୍କୁ ଭଲ ପାଉଥିଲେ। ହେଲେ ପ୍ରିୟଙ୍କା ସୌମ୍ୟ ଙ୍କୁ ଛାଡ଼ି ଆଉ ଜଣକୁ ଭଲ ପାଇଲା ସେଥିପାଇଁ ପ୍ରେମିକ ଜଣକ ବିଷ ପିଇଦେଲା। ସାମାନ୍ୟ ଗୋଟେ ଝିଅ ପାଇଁ ଆଜି ବାପା ମାଆଙ୍କୁ ଛାଡ଼ି,ବିଷ ପିଇ ଦେଇଛି ବାପା ମାଆ ଙ୍କ ଏହି ଗେହ୍ଲା ପୁଅ। ସ୍କୁଲ୍ ରୁ କଲେଜ୍ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଇ ଆସୁଥିଲେ। ପ୍ରିୟଙ୍କା ର ଜନ୍ମଦିନ ଆସିଲେ ଦାମୀ ଦାମୀ ଶାଢ଼ୀ ସହିତ ସୁନା ମୁଦି ମଧ୍ୟ ଗିଫ୍ଟ ଦେଉଥିଲା।

ସବୁଠାରୁ ବଡ଼ କଥା କି ସୌମ୍ୟ ପ୍ରିୟଙ୍କା କୁ ବିବାହ କରିବା ପାଇଁ ଆଉ ତାକୁ ସ୍ତ୍ରୀ କରି ରଖିବା ପାଇଁ ମଧ୍ୟ ମନେ ମନେ ସ୍ବପ୍ନ ଦେଖୁଥିଲା। ହେଲେ ଏତେ ସବୁ ଭିତରେ ଗୋଟେ କମି ରହି ଯାଇଥିଲା।ସୌମ୍ୟ ର ଜାତି ଛୋଟ ଥିଲା। ଆଉ ପ୍ରିୟଙ୍କା କିନ୍ତୁ ଜଣେ ବ୍ରାହ୍ମଣ ଘରର ଝିଅ ଥିଲା। ସେଥିପାଇଁ ପ୍ରିୟଙ୍କା ସୌମ୍ୟ କୁ ଛାଡ଼ି ଆଉଜଣେ ପୁଅ ସହ ସମ୍ପର୍କ ରଖିଥିଲା। ସେଥିପାଇଁ +୩ ରେ ପାଠ ପଢ଼ୁଥିବା ଘରର ଭେଣ୍ଡା ପୁଅ ସୌମ୍ୟ ବି-ଷ ପିଇ ନିଜର ଜୀବନ ହାରୀ ଦେଇଥିଲା।

କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ର +୩ ର ଛାତ୍ର ଥିଲେ ସୌମ୍ୟ ରଞ୍ଜନ ମଲ୍ଲିକ। ଗତ ୨୯ ତାରିଖ ସନ୍ଧ୍ୟା ଛଅଟା ସମୟରେ ବି-ଷ ପିଇ ଅଚେତ୍ ହୋଇ ରାସ୍ତାରେ ପଡ଼ିଥିବା ଖବର ଶୁଣିବାକୁ ମିଳିଥିଲା।ପ୍ରଥମେ ସୌମ୍ୟର ପରିବାର ଲୋକେ ସୌମ୍ୟ କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିଲେ। କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୌମ୍ୟଙ୍କୁ କଟକ ବଡ଼ ମେଡ଼ିକାଲ କୁ ଡାକ୍ତର ସ୍ଥାନାନ୍ତରଣ କରିଥିଲେ। ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ପରେ ଅଶ୍ୱିନୀ ହସ୍ପିଟାଲ ଓ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ହେଲେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିଲା।

Leave a Comment