ଲକ୍ଷ୍ନୌ ର କ୍ୟାବ୍ ଡ୍ରାଇଭର କୁ ମାଡ଼ ମାରିଥିବା ଝିଅ ଏବେ ଚାହୁଛି କି ମାମଲା ରଫ ଦଫା ହେଇଯାଉ, ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶର ଲକ୍ଷ୍ନୌ ର ଜଣେ ମହିଳା କ୍ୟାବ ଡ୍ରାଇଭରଙ୍କ ସହ ଝଗଡା କରୁଛନ୍ତି ଏବଂ ଏହି ସମୟରେ ମହିଳା ଜଣକ ଏହି ଡ୍ରାଇଭରକୁ ଥରେ କିମ୍ବା ଦୁଇଥର ନୁହେଁ ବରଂ 20 ରୁ ଅଧିକ ଥର ଚାପୁଡ଼ା ମାରିଛନ୍ତି।
ପୋଲିସର ସୂଚନାନୁସାରେ, ଏହି ଘଟଣା ଜୁଲାଇ 30 ରେ ଘଟିଥିଲା। ଏହି ସମୟରେ କ୍ୟାବ ଡ୍ରାଇଭର ସାଦତ ଅଲି ସିଦ୍ଦିକି କହିଛନ୍ତି ଯେ ଘଟଣାର ରାତିରେ ମହିଳା ଜଣକ ତାଙ୍କ କାର ଆଗରେ ଆସିଥିଲେ, ଯଦିଓ ଟ୍ରାଫିକ ଲାଇଟ ସବୁଜ ଥିଲା। ସୌଡତ ଅଲି କହିଛନ୍ତି ଯେ ସେ ତୁରନ୍ତ ବ୍ରେକ ଦେଉଥିଲେେ ଯାହା ପରେ ମହିଳା ଜଣକ କାର ଉପରେ ଠେଲିବା ଆରମ୍ଭ କରିଥିଲେ ବୋଲି ଇଣ୍ଡିଆ ଟୁଡେରେ ଥିବା ଆରେପୋର୍ଟ ଅନୁଯାୟୀ।
#लखनऊ के अवध नहर चौराहे के पास युवती की दबंगई । लगातार एक युवक को मारती दिखी युवती । मारपीट का वीडियो हुआ वायरल pic.twitter.com/7wEoJBEumi
— UttarPradesh.ORG News (@WeUttarPradesh) July 31, 2021
ସେ କହିଛନ୍ତି, “ସେ ମୋ ଫୋନକୁ କାରରୁ ଧରି ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଥିଲେ। ସେ କାରର ପାର୍ଶ୍ୱ ଦର୍ପଣ ମଧ୍ୟ ଭାଙ୍ଗିଥିଲେ।” ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ନେଟେନିଜେନ୍ସର ଏକ ବିଭାଗ ତାଙ୍କୁ ଧମକଚମକ ଦେବା ସହ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି କରିଛି। ତାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା। ନାବାଳିକା ଜଣକ ପ୍ରିୟଦର୍ଶିନୀ ଯାଦବ ବୋଲି ଜଣାପଡିଛି।
https://youtu.be/A9XlDHELjJg
ତେବେ ଏବେ ପ୍ରିୟଦର୍ଶିନୀ କହୁଛନ୍ତି ମତେ ମାଫ୍ କରିଦିଅ, ଆଉ କେସ ବନ୍ଦ କରିଦିଅ ତେବେ ଡ୍ରାଇଭର ଜଣକ ନାରାଜ ଅଛନ୍ତି ଆଉ କହୁଛନ୍ତି କି କ୍ଷମା କରିଦେଲେ ମୋର୍ ଇଜ୍ଜତ୍ ଆଉ ଫେରିବନି