ପୁଷ୍ପା-୨ ରିଲିଜରେ ମହିଳାଙ୍କ ମୃ-ତ୍ୟୁ ଅଲ୍ଲୁ ଅର୍ଜୁନଙ୍କ ନାଁରେ ମାମଲା ରୁଜ୍ଜୁ…!

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ତେଲୁଗୁ ସିନେମା ଜଗତର ହିରୋ ଅଲ୍ଲୁ ଅର୍ଜୁନଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଆପଣମାନେ ସମସ୍ତେ ତ ଜାଣିଥିବେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ନୂଆ ଫିଲ୍ମ ଆସିବାକୁ ଯାଉଛି । ଆଉ ଏହି ଫିଲ୍ମରେ ଅଭିନେତା ଜଣକ ବହୁତ ଭଲ ଅଭିନୟ କରିଛନ୍ତି । ଆପଣମାନେ ତ ପୁଷ୍ପା ଫିଲ୍ମ ଦେଖିଥିବେ ଆଉ ଏବେ ଏହି ଫିଲ୍ମର ଦ୍ଵିତୀୟ ଭାଗ ପୁଷ୍ପା ୨ ସାମ୍ନାକୁ ଆସିଛି ।ଏହି ଫିଲ୍ମକୁ ଦେଖିବାକୁ ଏବେ ସବୁ ହଲରେ ଭିଡ ଲାଗିଛି । ସାରା ଦେଶରେ ଏହି ଫିଲ୍ମ ଏବେ ସମସ୍ତଙ୍କର ପ୍ରିୟ ହୋଇପାରିଛି ।

ଏବେ ଏହି ଫିଲ୍ମ ଅଭିନେତା ଜଣଙ୍କୁ ନେଇ ଆସିଛି କିଛି ଖବର । ପୁଷ୍ପା ୨ ଫିଲ୍ମ ରିଲିଜ ହେବା ପରେ ବଢ଼ିଯାଇଛି ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଅଡୁଆ । ଡିସେମ୍ବର ୪ ତାରିଖରେ ଏହି ଫିଲ୍ମର ପ୍ରିମିୟମ ସମୟରେ ହାଇଦ୍ରାବାଦରେ ଦଳା ଚକଟାରେ ଜଣେ ମହିଳାଙ୍କର ଦେହାନ୍ତ ହୋଇଥିଲା । ଏହି ମହିଳା ଜଣଙ୍କର ଦେହାନ୍ତ ହେବା ସହ ତାଙ୍କର ୯ ବର୍ଷର ପୁଅ ଏବେ ଗୁରୁତର ଅବସ୍ଥାରେ ରହିଛି । ଏବେ ସେ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଘଟିଥିବା ଥିଏଟରର ପରିଚାଳନା କମିଟି ବିରୁଦ୍ଧରେ ଏବେ ମାମଲା ରୁଜ୍ଜୁ ହୋଇଛି । ଏବେ ଏହି ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନାଁ ଆସିବ ବୋଲି ଖବର ଆସୁଛି ।

ଏବେ ହାଇଦ୍ରାବାଦ ପୋଲିସ କହିଛନ୍ତି ଥିଏଟର ପକ୍ଷରୁ ଏବଂ ଅଭିନେତାଙ୍କ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ସେମାନେ ଏଠାକୁ ଆସିବେ ବୋଲି ସୂଚନା ଦିଆଯାଇନଥିଲା । ଅଭିନେତା ଅଲ୍ଲୁ ଅର୍ଜୁନ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ ରାତି ୯.୩୦ ସମୟରେ ସେହି ଥିଏଟରକୁ ଆସିଥିଲେ ବୋଲି ସୂଚନା ମିଳିଛି ।ଅଭିନେତା ଅଲ୍ଲୁ ଅର୍ଜୁନ ସେଠାକୁ ଆସିବା ପରେ ତାଙ୍କୁ ଦେଖିବାକୁ ସେଠାରେ ଭିଡ ଜମିଥିଲା । ଆଉ ଏହି ଭିଡ ଭିତରେ ଏଭଳି କିଛି ଘଟଣା ଘଟି ଯାଇଥିଲା । ସେହି ସମୟରେ ଲୋକଙ୍କୁ ଠେଲିବା ଆରମ୍ଭ ହୋଇଥିଲା । ଆଉ ଏହି ଭିଡ଼ରେ ହାଇଦ୍ରାବାଦର ୟୁସୁପ ନଗରର ଜଣେ ମହିଳାଙ୍କର ଦେହାନ୍ତ ହୋଇଥିଲା । ଆଉ ତାଙ୍କର ୯ ବର୍ଷର ପୁଅ ସେଠାରେ ବେହୋସ୍ ହୋଇ ଯାଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ମାଡ଼ କରିଥିଲା । ଏବେ ସ୍ଵାମୀ ଜଣକ ସ୍ତ୍ରୀର ଏଭଳି ଅବସ୍ଥା ଦେଖି ଧର୍ଯ୍ୟହରା ହୋଇ ପଡିଛନ୍ତି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ।

Leave a Comment