ତୁ ମୋର ହେଲୁନି ତ ଆଉ କାହାର ହବୁନି। ମୁଁ ତତେ ପାଇବା ପାଇଁ ପାଗଳ ହୋଇ ଯାଉଛି ଆଉ ତୁ ଅଲଗା ଟୋକା ସହିତ ବୁଲୁଛୁ। ମୋ ଭଲ ପାଇବା କୁ ବୁଝି ପାରିଲୁନି ଏବେ ସବୁ ବୁଝିବୁ। ଏସବୁ କଥା ଏକ ପାଗଳ ପ୍ରେମିକ ହିଁ କହିଛି। ଯିଏକି ତାର ପ୍ରେମିକା କୁ ୩୬ ଥର ଛୁରୀ ଭୂଷି ମାରିବା ପାଇଁ ହାତରେ ରକ୍ତ ଯୁଡୁବୁଡୁ ଛୁରୀ ଧରି ପ୍ରେମିକା କୁ ଏଭଳି କିଛି କଥା କହି ଚାଲିଛି। କେବଳ ଗୋଟେ କଥା ହିଁ କହୁଛି କି,ତୁ ମୋର ହେଲୁନି ମାନେ ଆଉ କାହାରି ମଧ୍ୟ ହେବୁନି। ଏଭଳି କିଛି କହି କହି ପାଗଳଙ୍କ ପରି ହସି ବୁଲୁଛି ଏହି ପାଗଳ ପ୍ରେମିକ। ଜଣେ ସୁନ୍ଦରୀ ପ୍ରେମିକ ନାମ ହେଉଛି ସୁପ୍ରିୟା ଆଉ ପାଗଳ ପ୍ରେମିକ ନାମ ହେଉଛି କମଲେଶ। ଏକତରଫା ପ୍ରେମ ଭାରି ପଡିଥିଲା ପ୍ରେମିକା ସୁପ୍ରିୟା ଉପରେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରେ। ଦୁହେଁ ମିଶି ଗୋଟେ ସ୍କୁଲ୍ ରେ ହିଁ ପାଠ ପଢୁଥିଲେ।ଏକାଠି ଦୁହେଁ ବନ୍ଧୁ ପରି ବୁଲୁଥିଲେ। ଯେତେବେଳେ ତାଙ୍କର ଏକାଠି +୨ ସରିଲା ସେତେବେଳେ କମଲେଶ, ସୁପ୍ରିୟା କୁ ଦେଖି ନିଜକୁ ସମ୍ଭାଳି ପାରି ନଥିଲା। ଆଉ ସେ ସୁପ୍ରିୟା ଆଗ ପଛରେ ସବୁବେଳେ ଘୁରି ବୁଲୁଥିଲା। ହେଲେ କମଲେଶ ପରେ ସୁପ୍ରିୟା କୁ ଯେଉଁ ଆଡେ ଖୋଜୁ ଥିଲା ସେ ଆଦୌ ହେଲେ ମଧ୍ୟ ପାଇଲା ନାହିଁ। କମଲେଶ ସୁପ୍ରିୟା କୁ ପାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲା।
ଏହାପରେ କମଲେଶ ଦେଖିଥିଲା କି ସୁପ୍ରିୟା ଏକ ଫଟୋ ପୋଷ୍ଟ କରିଥିଲା।ଆଉ ଯାହାପରେ କମଲେଶ ସୁପ୍ରିୟା ପାଖରେ ପହଞ୍ଚି ଯାଇଥିଲା। ଆଉ ଦେଖିଥିଲା କି ସୁପ୍ରିୟା ଏକ ପୁରୁଷ ବନ୍ଧୁ ଘରକୁ ଯାଉଛି ବୋଲି। ଆଉ କମଲେଶ ସୁପ୍ରିୟା କୁ ବାହା ହେବାକୁ କହୁଥିଲା। ହେଲେ ସୁପ୍ରିୟା କମଲେଶ ପାଠ ପଢି ନଥିବାରୁ ତାକୁ ମନା କରି ଦେଇଥିଲା। ଏହାପରେ କମଲେଶ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଆଉ ଏଭଳି ହିଁ କିଛି ଘଟଣା ଘଟି ଯାଇଥିଲା। ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।