ରଙ୍ଗିଲା ବାବାଙ୍କ ରଙ୍ଗଶାଳା ଖୋଲିଲା ବାବାଙ୍କ ପଲଙ୍କ ସେବା ଗୁମର

ବାବା କାଶୀନାଥ ଙ୍କୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ଯେଉଁ ଗ୍ରୋଷରି ଦୋକାନ ଥିଲା ତାହା ଏବେ କିଭଳି ଅବସ୍ଥାରେ ଅଛି ତାହା ଜଣା ପଡିଥିଲା। ତାହା ସହ ଯେଉଁ କିଚେନ୍ ମଧ୍ୟ ଥିଲା ତାହା ଭିତରେ କଣ କଣ ସବୁ ହେଉଥିଲା ତାହାର ମଧ୍ୟ ବିଶେଷ ତଥ୍ଯ ମିଳି ଯାଇଛି। ସେ ଦୋକାନ ଘର ବାହାରେ ସବୁ ଗ୍ରୋଷରୀ ଜିନିଷ ପଡ଼ି ରହିଥିବା ଦେଖିବାକୁ ମିଳି ଥିଲା। ତାହା ସହ ସେଠାରେ ସିସିଟିଭି କ୍ୟାମେରା ମଧ୍ଯ ଲାଗି ରହିଥିଲା।ପ୍ରକୃତରେ ସେ ଘରେ କିଏ ଅଛନ୍ତି କି ନାହିଁ ଜଣା ପଡୁ ନାହିଁ କାରଣ ଘରର ବାହାର ପଟୁ ତାଲା ପଡିଛି।

କ୍ଲାଉଡ୍ କିଚେନ ରେ ବାବା ଅନଲାଇନ ରେ ଭେଜ୍ ଖାଉଥିବା ଜିନିଷ ପଠାଉ ଥିବା ଜଣା ପଡିଥିଲା। ସେଠାରେ ମଧ୍ୟ ମହିଳା କର୍ମଚାରୀ ମାନେ ଥିଲେ ତାଙ୍କୁ ବିଭିନ୍ନ କାମରେ ମଧ୍ୟ ନିୟୋଜିତ କରିଥିଲେ। ଗୋଟେ ପଟେ ଆଶ୍ରମ ଚାଲୁ ଥିବା ବେଳେ ଅନ୍ୟ ପକ୍ଷରେ କ୍ଲାଉଡ୍ କିଚେନ୍ ମଧ୍ୟ ଚାଲୁଥିଲା। ସବୁଠାରୁ ବଡ଼ କଥା ହେଉଛି କି,ଏହି ଭଣ୍ଡ ବାବା ବଡ଼ ବଡ଼ କଥା କହୁଥିଲେ କାହାକୁ ଚାକିରୀ ଦେବା ପାଇଁ କହି ତାଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ। ଏଭଳି ବାହାଘର ପାଇଁ ଟଙ୍କା ନେବା ସହ ସନ୍ତାନ ସନ୍ତତି ପାଇଁ ମଧ୍ୟ ସେ ପଇସା ଲୁଟି ନେଉଥିଲେ।

ତାଙ୍କ ପୁଅ କଳ୍କୀ ବାବାଙ୍କ ଆଶୀର୍ବାଦ ନେଲେ ସବୁ ଠିକ୍ ହେଇଯିବ ବୋଲି ମଧ୍ଯ ସେ କହିଥିଲେ। ଏଭଳି ମଧ୍ୟ କୁହା ଯାଉଛି କି ସେହି ଗ୍ରୋଷରି ଦୋକାନରେ ବାହାରୁ ଅନେକ ଝିଅମାନେ ରହୁଥିଲେ ବୋଲି।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ମଧ୍ୟ ଦେଇଛନ୍ତି। ଆଗକୁ ତଦନ୍ତ ପରେ ହିଁ ସବୁ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ଏହା କୁହା ଯାଉଛି। ତେବେ ଏହି ଘଟଣା ସମ୍ପର୍କରେ ଜାଣି ସାରିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment