ରାଣୀ ପଣ୍ଡାଙ୍କ ପାଖେ ଅନେକ ପ୍ରସ୍ତାବ ଖୁବ୍ ଶୀଘ୍ର ବାହା ହେବେ ରାଣୀ

ସାରା ଦୁନିଆ ଦେଖିବ ବାଜା ବାଜିବ , ସହାନାଇ ବି ବାଜିବ ଆଇ ପକ୍ଷୀରାଜ ଘୋଡାରେ ଆସିବ ରାଜା ଦେଖଣାହାରୀ ଙ୍କ ଆଖି ଝଲସି ଉଠିବ। ଆଉ ଦେଖିବେ କି ରାଣୀ ପଣ୍ଡା ଏକ ଆଇଟମ ଗାର୍ଲ୍ ହେଇ ପାରନ୍ତି ମାତ୍ର ସେ ଏହା ସହ ଆଉ କଣ କଣ କରି ପାରନ୍ତି ବୋଲି । ଜଣେ ଧୋକା ଦେଇଦେଲା ବୋଲି କଣ ରାଣୀ ଏଠି ଭାଙ୍ଗି ପଡିଲେ ଆଉ ତାଙ୍କ ଜୀବନ ଏଠାରେ ହିଁ ସରିଗଲା? ସେମାନେ ସମସ୍ତେ ଭୁଲ ଭାବୁଛନ୍ତି।କାରଣ ଏବେ ରାଣୀ ପଣ୍ଡା ଙ୍କ ନିକଟରେ ଅନେକ ସବୁ ପ୍ରସ୍ତାବ ରହିଛି। ନ୍ୟାସନାଲ ନୁହେଁ ବରଂ ତାଙ୍କ ନିକଟରେ ଇଣ୍ଟର ନ୍ୟାସନାଲ ପ୍ରସ୍ତାବ ସବୁ ଗଦା ହୋଇ ରହିଛି।

ରାଣୀଙ୍କ ଯେତେ ଚରିତ୍ର ସଂହାର ହେବା କଥା ମଧ୍ୟ ତାହା ହୋଇ ସାରିଛି। ହେଲେ ଏବେ ସମସ୍ତେ ଏହା ଦେଖିବେ କି ରାଣୀ ଜଣେ ଖାଣ୍ଟି ଓଡିଆ ଘରର ବୋହୂ ମଧ୍ୟ ହୋଇ ପାରନ୍ତି। ରାଣୀ ପଣ୍ଡା ସହ ତାଙ୍କ ପିଲାର ବିବାହ କରାଇବା ପାଇଁ ଅନେକ ଫ୍ୟାମିଲି ଚାହୁଁ ଛନ୍ତି।ଏଥିପାଇଁ ତାଙ୍କୁ ଏହି ଲାଇନ୍ ଛାଡ଼ିବାକୁ ପଡ଼ିବ। ତଥାପି ସେ ସମସ୍ତଙ୍କ ପାଟି ବନ୍ଦ୍ କରିଦେବେ ବୋଲି ଏହା କହିଥିଲେ। ଯେଉଁ ମାନେ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରି ଚାଲିଥିଲେ ସେମାନେ ଏହା ମଧ୍ୟ ଦେଖିବେ କି ରାଣୀ ପଣ୍ଡା ଏକ ଖୁବ ଭଲ ବୋହୂ ମଧ୍ୟ ହୋଇପାରେ।

ଏବେ ସମସ୍ତଙ୍କ ଚିନ୍ତାଧାରା କୁ ନିଜେ ରାଣୀ ପଣ୍ଡା ବଦଳାଇ ଦେବେ। ଆଉ ତାଙ୍କ ସମ୍ପର୍କରେ ଯେଉଁ ସବୁ କଥା ମଧ୍ଯ କୁହା ଯାଇଛି ସେ ସବୁ ମଧ୍ୟ ସେ ବଦଳାଇ ଦେବେ।ଏଭଳି କିଛି କଥା କହିଥିଲେ ଅଭିନେତ୍ରୀ ରାଣୀ ପଣ୍ଡା। ତାଙ୍କର ଏହି ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଲା। ଲୋକମାନେ ମଧ୍ୟ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି। ତେବେ ଏହାକୁ ଦେଖି ସାରିବା ପରେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Leave a Comment