‘ବଚ୍ଚନ କା ପ୍ୟାର’ ଗୀତ ଗାଇଥିବା ସହଦେବ ଦିର୍ଡୋଙ୍କ ପରେ ଏବେ ପୁଣି ଥରେ ରାନୁ ମଣ୍ଡଳ ସୋସିଆଲ ମିଡିଆରେ ଟକ୍କର ଦେଇଛନ୍ତି। ରାନୁ ମଣ୍ଡଡଳ ସହଦେବ ‘ବଚ୍ଚନ କା ପ୍ୟାର’ ଗାଇଛନ୍ତି, ଯାହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।
ପ୍ରକୃତ ରେ କହିବାକୁ ଗଲେ ରାନୁ ବୋଧେ ପୁଣି ଲୋକପ୍ରିୟତା ଖୋଜୁଛନ୍ତି, କାରଣ ଲକ୍ ଡାଉନ୍ ରେ ତାଙ୍କ ବେପାର ବୁଡ଼ିବା ସହ ନିଜ ଗର୍ବ ଆଉ ଅହଙ୍କାରୀ ଗୁଣ ପାଇଁ ଉପରେ ବସେଇଥିବ ଦେଶ ର ଲୋକେ ତାଙ୍କୁ ଯେମିତି ତଳେ କଚାଡି ଦେଇଛନ୍ତି
ରାନୁ ଙ୍କୁ ପ୍ରଥମେ ଯେଉଁ ବ୍ୟକ୍ତି ବସ ଷ୍ଟାଣ୍ଡ ରେ ଦେଖିଥିଲେ ଆଉ ତାଙ୍କ ଭିଡିଓ ସେୟାର କରି ତାଙ୍କୁ ଭାଇରଲ କରିଥିଲେ ରାନୁ ସେଇ ଲୋକକୁ କହିଲେ ସେ ଭଗବାନ୍ ର ଚାକର, ସେ ନ ଆସିଥିଲେ ଆଉ କିଏ ଆସିଥାନ୍ତା, ମୁ ଜାଣିଥିଲି ମତେ ସାହାଯ୍ୟ ମିଳିବ
ତେବେ ଏସବୁ ପରେ ରାନୁ ହିମେଶ ଙ୍କ ସହ କାମ କରିଥିଲେ ହେଲେ ନିଜର ଓଧତ୍ୟ ଗୁଣ ଆଉ ଅହଙ୍କାରୀ ଭାବ ପାଇଁ ତାଙ୍କୁ ସବୁ ଦୂରେଇ ଦେଲେ, ଏମିତି କି ଯେତେବେଳେ ରାନୁ ଙ୍କ ଲୋକ ପ୍ରିୟତା ଉଚ୍ଚ ରେ ଥିଲା ସେତେବେଳେ ତାଙ୍କୁ ଛାଡ଼ି ଯାଇଥିବା ଝିଅ ବି ଆସି ଯାଇଥଲା ଆଉ ମୋ ବୋଉ ମୋ ବୋଉ କହି କୁଣ୍ଢେଇ ପକାଉଥିଲା
ହେଲେ ଏବେ ରାନୁ କୁ ସେ ଝିଅ ବି ଛାଡି ପଳେଇଲା, ସେ ଏବେ ପୁଣି ସେଇ ଭଙ୍ଗା ଘର ଆଉ ସେଇ ପାଗଳ ପରି ଜୀବନ ବିତାଉଛନ୍ତି, ତେବେ ଜଣେ ସାମ୍ବାଦିକ ତାଙ୍କ ଘରକୁ ଯାଇ ତାଙ୍କ ଭଲ ମଣ୍ଡ ବୁଝିଲା ବେଳେ ସେ କହିଲେ ସେ ଛୁଆ କିଏ, ଟା ଠୁ ଭଲ ମୁ ଗାଉଛି କହି ଗୀତ ଗାଇଥିଲେ
ତେବେ ଜନତା ଜାଣିଚି ରାନୁ କେମିତିକା ଲୋକ ତେବେ ଭଗବାନ୍ କେବେ କାହାର ଗର୍ବ ରଖନ୍ତିନି