ବାଇକ୍ ରେ ବସିଛନ୍ତି ଯୁବକ ଆଉ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି ଯୁବତୀ। ଏହାର କାରଣ ହେଉଛି ଏହି ଯୁବକ ଜଣକ ଏକ ଘରୋଇ ହସ୍ପିଟାଲ କୁ ରାତିରେ ଆସି ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ କହିଥିଲେ କି ତୁ ମତେ ଛାଡ଼ି ଆଉ କାହାକୁ ପ୍ରେମ କରୁଛୁ , ଆଉ ଯଦି ତୁ ମୋର ହେବୁ ନାହିଁ ତେବେ ମୁଁ ତତେ ଆଉ କାହାରି ମଧ୍ୟ ହେବାକୁ ଦେବି ନାହିଁ।ଏହାପରେ ଯେତେବେଳେ ଏହି କଥା ସବୁ ଯୁବତୀ ଜଣକ ଶୁଣିବାକୁ ପାଇଥିଲେ ସେତେବେଳେ ସେ ହସ୍ପିଟାଲ ରୁ ବହାରି ଆସି ଯୁବକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ।
ଏଭଳି କିଛି ହାଇଡ୍ରାମା ଦେଖିବାକୁ ମିଳିଥିଲା ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ରେ ଥିବା ଏକ ଘରୋଇ ହସ୍ପିଟାଲ ନିକଟରେ। ପ୍ରାୟ ୩୦ ମିନିଟ୍ ଧରି ଚାଲିଥିବା ଏଭଳି କିଛି ହାଇ ଡ୍ରାମା। ହସ୍ପିଟାଲ ରେ କାମ କରୁଥିବା ଜଣେ ଯୁବତୀ ଙ୍କ ପାଟି ଶୁଣି ଦେଖେଣାହାରି ମଧ୍ୟ ଏହା ଭାବିଥିଲେ କି,ସତରେ ଯେମିତି କିଛି ଏକ ଫିଲ୍ମ୍ ସୁଟିଂ ଚାଲିଛି ବୋଲି। ଏକଥା କିନ୍ତୁ ଆପଶା ବୁଝା ବଣା ରେ ଥମି ନଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପକ୍ଷକୁ ବୁଝା ସୁଝା କରିଥିଲା। ଏହାପରେ ଥାନାରେ ଉଭୟ ଅଣ୍ଡର ଟେକିଂ ମଧ୍ୟ ଲେଖିଥିଲେ।
ଏହାପରେ ପୋଲିସ ଦୁହିଁଙ୍କୁ ଛାଡି ଦେଇଥିଲା ସତ ହେଲେ ଏବେ ଯେଉଁ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କି,ଏକତରଫା ପ୍ରେମ ଯେ କେତେ ମାତ୍ରାରେ ଭୟଙ୍କର ହୋଇ ପାରେ ତାହା ଏହି ଭିଡିଓ ରୁ ସଂପୂର୍ଣ୍ଣ ଭାବରେ ଜଣା ପଡ଼ି ଯାଉଛି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।