ଏକ ଘଟଣା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଅଧ ରାତିରେ ହିଁ କୁକୁଡ଼ା ବୋବାଇବା ର ଶବ୍ଦ ଶୁଣିବାକୁ ମିଳିଥିଲା। ଆଉ କୁକୁଡ଼ା ବୋବେଇବା ର ଶବ୍ଦ ଶୁଣି ଘର ଭିତରୁ ଲୋକେ ବାହାରକୁ ବାହାରି ଯାଇଥିଲେ। ହେଲେ ସେଠାରେ ଯାହା କିଛି ଘଟି ଯାଇଥିଲା ତାହା ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ରାତିରେ ଘର ସାମ୍ନାରେ ଥିବା କୁକୁଡ଼ା ଭାଡ଼ି କୁ ଛଅ ଜଣ ଯୁବକ ଖୋଲି ଦେଇଥିଲେ।ଏହାପରେ ଘରର ଲୋକମାନେ ମଧ୍ୟ କୁକୁଡ଼ା ଶବ୍ଦ ଶୁଣି ସବୁ ଘର ବାହାରକୁ ଚାଲି ଆସିଥିଲେ।
ଯାହା ଫଳରେ କି ଏହାର ସୁଯୋଗ ନେଇ ଛଅ ଜଣ ଯୁବକ ମୁହଁରେ କପଡ଼ା ଗୁଡ଼ାଇ ବନ୍ଧୁକ ଦେଖାଇ ହଠାତ୍ ଘର ଲୋକଙ୍କୁ ଆକ୍ରମଣ କରି ଘର ଭିତରେ ପଶି ଯାଇଥିଲେ। ଘରର ମହିଳାଙ୍କ ଠାରୁ ସୁନା ଗହଣା ସବୁକିଛି ନେଇ ଚାଲି ଯାଇଥିଲେ। ଯାହା ଫଳରେ ତିନିଜଣ ମହିଳା ଓ ଜଣେ ପୂରୁଷ ଏହି ଆକ୍ରମଣ ର ଶିକାର ହୋଇଥିଲେ।ଏହାପରେ ଏବେ ଘର ଲୋକମାନେ ଏବେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଭଦ୍ରକ ଜିଲାର, ଭଣ୍ଡାରିପୋଖରୀ ଥାନା ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣାକୁ ନେଇ ଏବେ ସମସ୍ତେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଏନେଇ ସେହି ଘରର ସଦସ୍ୟ ମାଧବ ସେଠୀ ଥାନାରେ ଅଭିଯୋଗ କରିଥିଲେ। ଆଉ ସେ ଅଭିଯୋଗ ଦେବା ପରେ ହିଁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।ଅଭିଯୋଗ ମୁତାବକ ବିଳମ୍ବିତ ରାତିରେ ହିଁ ମୁହଁରେ କଳା କନା ବାନ୍ଧି ଦୁର୍ବୃତ୍ତ ମାନେ ତାଙ୍କର ଘରକୁ ପଶି ଥିଲେ। ଆଉ ଯୋଜନା କରି ତାଙ୍କ ଘରେ ପଶି ମଧ୍ୟ ସବୁ ଜିନିଷ ଚୋରି କରି ନେଇଥିଲେ। ଏଥି ସହ ସେମାନଙ୍କୁ ଦୃର୍ବୁତ୍ତ ମାନେ ଖୁବ୍ ଜୋରେ ମାଡ଼ ମଧ୍ୟ ମାରି ଥିଲେ।ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।