ହସ୍ପିଟାଲ ଭିତରେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସ୍ବିପର ଓ ସିକ୍ୟୁରିଟି ମାନେ ଆଉ ତାପରେ

ମେଡିକାଲ ରେ ଥିବା କର୍ମଚାରୀ ମାନେ କିଭଳି ଭାବରେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ତାହା ଏବେ ଦେଖିବାକୁ ମିଳିଛି।ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହାକି ଜଣେ ୟୁଟ୍ୟୁବ୍ ଭ୍ଲଗର ଙ୍କ ଅଟେ।ଯେଉଁଥିରେ କି ଦେଖିବାକୁ ମିଳିଛି ହସ୍ପିଟାଲ ଭିତରେ ରୋଗୀଙ୍କୁ ଗୋଡେଇ ଗୋଡେଇ ମାରିବାରେ ଲାଗିଛି ସେଠାରେ ଝାଡୁ କରୁଥିବା ମହିଳା ଓ ସେକ୍ୟୁରିଟୀ ଗାର୍ଡ। ରୋଗୀ ମାନଙ୍କ ଉପରେ ଖୁବ ଅତ୍ୟାଚାର କରୁଛନ୍ତି।ଯାହାର ସବୁକିଛି ଦୃଶ୍ୟ ଏବେ କ୍ୟାମେରା ରେ ରେକର୍ଡ ହୋଇ ଯାଇଛି।

ଏବେ ଏଭଳି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। କଅଁଳ ଶିଶୁ ମାନଙ୍କୁ ଧରି ମାଆ ମାନେ ଛିଡା ହୋଇଥିଲେ ରୋଗୀ। ଆଉ ରୋଗୀ ମାନଙ୍କୁ ଟାଣି ଧରି ମାଡ଼ ମାରିବାରେ ଲାଗିଥିଲା ଏହି ଝାଡୁ ମାରୁଥିବା ମହିଳା ଜଣକ। ଏହାପରେ ତାଙ୍କ ଉପରେ ଦାଦାଗିରି ଦେଖାଇ ଥିଲା ସେକ୍ୟୁରିଟୀ ଗାର୍ଡ।ପ୍ରଥମେ ଦେଖିବାକୁ ମିଳିଥିଲା କି ମହିଳା ଜଣକ ହସ୍ପିଟାଲ ଭିତରେ ବୁଲି ବୁଲି ଝାଡୁ ମାରୁଛି।ହେଲେ ହସ୍ପିଟାଲ ର ରୋଗୀ ମାନଙ୍କୁ କାହିଁକି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛି ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। କାହାକୁ ଟଣା ଘୋଷଡା କରି ପିଟୁଛି ତ ଆଉ କାହାକୁ ମଧ୍ୟ ଚାପୁଡ଼ା ମାରିବା ପାଇଁ ଧମକ ଦେଇ ଦେଉଛି।

ଯାହାର ସବୁକିଛି ଭିଡିଓ ଏବେ ମୋବାଇଲ୍ କ୍ୟାମେରା ରେ ରେକର୍ଡ ହୋଇ ଯାଇଛି। ଏଭଳି ଭାବରେ ଏକ ଅମାନବୀୟ କାଣ୍ଡ ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି।କାରଣ ଯେଉଁ ମାନେ ରୋଗୀ ମାନଙ୍କୁ ସୁରକ୍ଷା ଦେବା ଓ ତାଙ୍କର ସୁବିଧା ଅସୁବିଧା ବୁଝିବାକୁ ରହିଛନ୍ତି। ସେମାନେ ଯଦି ଏଭଳି କିଛି କରିବେ ତେବେ ଲୋକମାନେ ଆଉ କାହାକୁ ବିଶ୍ବାସ କରିବେ। ଜଣେ ୟୁଟ୍ୟୁବ୍ ଭ୍ଲଗର୍ ଏବେ ସବୁ ସତ୍ୟାସତ୍ୟ ସାମ୍ନା କୁ ନେଇ ଆସିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଏଭଳି କରିବା ଟା କଣ ଉଚିତ୍ କି? ଆପଣଙ୍କ ପ୍ରତିକ୍ରିୟା ଜଣାଇବାକୁ ଆଦୌ ଦେବାକୁ ଭୁଲି ଯିବେ ନାହିଁ।

Leave a Comment