ସାହାଯ୍ୟ ମାଗୁଛନ୍ତି କୁନି ବଞ୍ଚି ଥାଉଥାଉ ପଚି ଗଲାଣି ଗୋଡ଼

ଏବେ ଏକ ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ସାରା ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏବେ ଜଣେ ମହିଳା ଯାହାଙ୍କ ନାମ ହେଉଛି କୁନି ତାଙ୍କ ସହ ଏଭଳି ହିଁ କିଛି ଘଟଣା ଘଟି ଯାଇଛି। ଛୁଆ ମାନଙ୍କ ପାଇଁ ଏବେ ଗୋଟେ ମାଆ ର ଜୀବନ ନଷ୍ଟ ହୋଇ ଯାଇଛି। ତାଙ୍କର ଏହି କାହାଣୀ ସମ୍ପର୍କରେ ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଆଦୌ ହେଲେ ଲୁହ ରହିବ ନାହିଁ। ବିବାହ କରିବା ପାଇଁ ଯେତେବେଳେ ଘର ଦ୍ବାର ଛାଡି ବାପା ମାଙ୍କୁ ପରକରି ସବୁ ଦିନ ପାଇଁ ଘର ଛାଡ଼ି ଯାହାର ହାତ ଧରି ଚାଲି ଆସିଥିଲେ ସେ ହିଁ ମାନେ ତାଙ୍କର ସ୍ୱାମୀ ହିଁ କୁନି ଙ୍କ ଏଭଳି ଅବସ୍ଥା କରି ଦେଇଛି।

ବିବାହ କରିବା ପରେ ତାଙ୍କ ସ୍ବାମୀ କୁନି ତାଙ୍କ ସହ ବିହାର ଯିବା ପାଇଁ କହିଥିଲେ। ଏହାପରେ ଛୁଆ ମାନଙ୍କ ଭବିଷ୍ୟତ କଥା ଭାବି କୁନି ବିହାର ଯିବାପାଇଁ ସିଧା ସିଧା ତାଙ୍କ ସ୍ବାମୀଙ୍କୁ ମନା କରି ଦେଇଥିଲେ।ହେଲେ ତାଙ୍କର ସ୍ବାମୀ କିନ୍ତୁ କୁନି ମିଠା ମିଠା କଥା କହି ତାଙ୍କ ଷ୍ଟ୍ରୀ କୁନି କୁ ବିହାର ଯିବା ପାଇଁ ମନେଇ ନେଇଥିଲେ। ଆଉ ଏହାପରେ ତାଙ୍କ ସହ ନେଇ ଯାଇଥିଲେ। ହେଲେ ଅଧା ରାସ୍ତାରେ କୁନି କୁ ଓହ୍ଲାଇ କାଠ ଫାଳିଆ ରେ ମାଡ଼ ମାରି କୁନି କୁ ସବୁଦିନ ପାଇଁ ପଙ୍ଗୁ କରି ଦେଇଥିଲେ। ଆଉ ତାଙ୍କୁ ଅଧା ରାସ୍ତାରେ ଛାଡ଼ି କେଉଁ ଆଡେ ପଳେଇ ଯାଇଥିଲେ।

ଏହାପରେ କୁନି କୁଆଡେ ଯିବେ କୁଆଡେ ନାହିଁ କିଛି ଜାଣି ପାରି ନଥିଲେ। ସେ ନିରୁପାୟ ଥିଲେ।ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ଡଗରା ସାହି କେନାଲ ବନ୍ଧ ନିକଟରେ ଥିବା କୁଶଳୀଶ୍ୱର ନଗରରେ ଘଟିଛି ।କୁନି ଙ୍କ ବାମ ଗୋଡ଼ରେ ଥିବା ଏକ ଛୋଟ କ୍ଷତ ଏକ ବଡ଼ ଧାରଣ କ୍ଷତରେ ପରିଣତ ହୋଇଛି। ଏଭଳି କି ନିଜ ପେଟ ପୋଷିବା ପାଇଁ ମଧ୍ୟ ସେ ମୂଲ ଲାଗିବାକୁ ଯାଇ ପାରୁ ନାହାଁନ୍ତି। ନିଜେ ଖାଇବା ପାଇଁ ସେ ଦାନା ଗଣ୍ଡେ ମଧ୍ୟ ପାଉ ନାହାଁନ୍ତି। ଏହି ଘଟଣା ସମ୍ପର୍କରେ ଯେ କେହି ଶୁଣିଛି ସେ ତାର ଲୁହ ଅଟକାଇ ରଖି ପାରୁନି।

Leave a Comment