ଶେଷରେ ସତ ମାନିଲା କାଶ୍ମୀର ପୁଅ ମୁଁ ଝିଅଙ୍କୁ ମିଛ କହି ଶାରୀରିକ ସମ୍ପର୍କ ରଖେ

ଜଗତସିଂହପୁର ଓ ଜମ୍ମୁ କାଶ୍ମୀର ମଧ୍ୟରେ ଲଭ୍ ଆଫେୟାର। ମୋବାଇଲ ରେ ଫ୍ରିଫାୟାର ଗେମ୍ ଖେଳୁ ଖେଳୁ ପ୍ରେମ ଆରମ୍ଭ ହୋଇଥିଲା କିନ୍ତୁ ଅନଲାଇନ ପ୍ରେମ ମହଙ୍ଗା ପଡ଼ିଯିବ ତାହା ସୁନ୍ଦରୀ ପ୍ରେମିକା ଜାଣି ନଥିଲା। ଏଭଳି କି ଯୁବତୀ ଜଣକ ସହ ସେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। ପ୍ରଥମେ ପ୍ରେମ ଓ ପରେ ଯୁବତୀ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ଆଉ ତାପରେ ହେଲା ଧୋକା। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ,ଏହି ସମୟରେ ସେ ଅନେକ ଭିଡିଓ ମଧ୍ୟ ସୁଟ୍ କରିଥିଲେ। ଆଉ ଏହାକୁ ଭାଇରାଲ୍ କରିଦେବା ନେଇ ମଧ୍ୟ ଯୁବତୀ ଜଣକୁ ବାରମ୍ବାର ବ୍ଲାକ ମେଲ କରୁଥିଲେ।

ଏଭଳି ଏକ ଅଭିଯୋଗ ଆଣୁଛନ୍ତି ଜଗତସିଂହପୁର ର ଜଣେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଅନୁସାରେ ଦୁଇ ବର୍ଷ ତଳେ ସମୀର ନାମକ ଏକ ଯୁବକ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ମାର୍ଚ୍ଚ ମାସ ରେ ଦୁହେଁ ପୁରୀରେ ଦେଖା ହୋଇଥିଲେ।ଦେଖା ହେବା ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ସବୁ ସତ କି ସମୀର ହେଉଛନ୍ତି ଅନ୍ୟ ସମ୍ପ୍ରଦାୟ ର। ଏହାପରେ ଏହି ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଚାହିଁ ନଥିଲେ ଯୁବତୀ। ମାତ୍ର ତାଙ୍କ ସହ ଜୋର୍ ଜବରଦସ୍ତି ଭାବରେ ଶାରୀରିକ ସମ୍ପର୍କ ରଖିଥିଲା ସମୀର।

ଭିଡିଓ ରେକର୍ଡ କରି ସେହି ଭିଡିଓ ଭାଇରାଲ କରିବା ପାଇଁ ବାରମ୍ବାର ଧମକ ମଧ୍ୟ ଦେଉ ଥିଲା। ଏଥି ସହ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରିଥିଲା।କେବଳ ପୀଡ଼ିତା ଯୁବତୀ ନୁହେଁ ତାଙ୍କର ପରିବାର ଲୋକଙ୍କୁ ମଧ୍ୟ ସମୀର ଖୁବ ନିର୍ଯାତନା ଦେଇଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଯୁବତୀ ଜଣକ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment