ଆଫଗାନିସ୍ଥାନର ଏବେକାର ଅବସ୍ଥା ଯାହା ତାକୁ କୌଣସି ଶବ୍ଦରେ ମଧ୍ୟ ପ୍ରକାଶ କରି ହେବ ନାହିଁ | ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ସବୁ ଆଡେ ଆତଙ୍କ ଖେଳାଉଛି | ତଲାବନ ଏତେ କ୍ରୁରତା ଦେଖାଉଛି ଯେ ଲୋକ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯିବାକୁ ବାଧ୍ୟ ହେଉଛନ୍ତି | ତାଲିବାନ ର କ୍ରୁରତା ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ତେବେ ଦେଖିବାକୁ ଗଲେ ତାଲିବାର ରୁ ଏମିତି ଏକ ଭିଡିଓ ଆସିଛି ଯାହା ଦେଖିବା ପରେ ଆପଣଙ୍କ ରକ୍ତ ବି ଗରମ ହୋଇଯିବ |
ତେବେ ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ ଗୋଟେ ହେଲିକପ୍ଟରରେ ଗୋଟାଇବେ ଲୋକ ଝୁଲୁଛି |ଏହି ଲୋକଙ୍କୁ ସେ ଅନେକ ସମୟ ପର୍ଯ୍ୟନ୍ତ ପବନରେ ଉଡ଼ୁଥିବାର ଦେଖାଯାଉଛି | ତେବେ ଶେଷରେ ଜଣ ପଡିଥିଲା ଯେ ସେହି ହେଲିକପ୍ଟରରେ ଝୁଲୁଥିବା ଲୋକ ହେଉଛି ଜଣେ ଶବ | ଆଉ ସେହି ଲୋକର ଶବ ଅଟେ ଯିଏ ଆମେରିକାକୁ ସାହାଯ୍ୟ କରୁଥିଲା |
ଦେଖନ୍ତୁ ଭିଡିଓ :-
If this is what it looks like… the Taliban hanging somebody from an American Blackhawk… I could vomit. Joe Biden is responsible.
— Liz Wheeler (@Liz_Wheeler) August 30, 2021
ତେବେ ଆପଣ ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେ ଜଣେ ଲୋକଙ୍କୁ ହେଲିକ୍ୟାପ୍ଟରରେ ରାଶି ଦ୍ୱାରା ବନ୍ଧା ହୋଇଛି ଓ ସେହି ହେଲିକ୍ୟାପ୍ଟର ସେହି ଲୋକଙ୍କୁ ନେଇ ଆକାଶରେ ଉଡୁଛି | କିନ୍ତୁ ଏହା ସ୍ପଷ୍ଟ ଭାବେ ଜଣ ପଡୁ ନାହିଁ ଯେ ଯେଉଁ ଲୋକଙ୍କୁ ସେ ଉପରେ ଉଡାଉଛନ୍ତି ସେ ଜୀବିତ ନ ମୃତ |
ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଛି | ଏହି ଭିଡିଓ କୁ ଦେଖିଲା ପରେ ସୋସିଆଲ ମିଡିଆରେ ଅନେକ ୟୁଜର ଅନେକ ପ୍ରଶ୍ନ କରୁଛନ୍ତି |