ଶେଷରେ ଏମିତି କହିଲେ ସୁର ମନୋଜ ମିଶ୍ରକୁ ଜେଲରେ ପୁରେଇ ଦିଅ

ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଥିବା ଭିଡିଓ ବେଶ ଭଲ ଭାବରେ ଦେଖି ସାରିଥିବେ ଯେଉଁଥିରେ କି ଦେଖିବାକୁ ମିଳିଥିଲା ଓଲିଉଡ଼ ଅଭିନୟ ଜଗତର ଖଳନାୟକ ମନୋଜ ମିଶ୍ର , ବବି ଦାସ ଙ୍କ ମଧ୍ୟରେ ଖୁବ ଜୋରେ ଝଗଡା ଲାଗିଥିଲା। କାରଣ ମନୋଜ ମିଶ୍ର ମଧ୍ୟ ବବି ଦାସ ଙ୍କୁ ମାରିବା ପାଇଁ ଗୋଡେଇ ଯାଇଥିଲେ। ଯାହାକୁ ଦେଖି ମଧ୍ୟ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ଏଭଳି ମନୋଜ ମିଶ୍ର ଙ୍କ ରୂପ,ପୂର୍ବରୁ ଦେଖିବାକୁ ମିଳି ନଥିଲା। କେବଳ ତାଙ୍କର ଫିଲ୍ମ୍ ରେ ହିଁ ଏଭଳି ଖଳନାୟକ ଭୂମିକା ରେ ଦେଖିବାକୁ ମିଳିଥାଏ।

ଯେତେବେଳେ ପୂର୍ବତନ ବିଧାୟକ ସୁର ରାଉତରାୟ ଏହାକୁ ନେଇ ଏଭଳି କିଛି ମତ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ମନୋଜ ମିଶ୍ର ସହ ସେ ନିର୍ଦ୍ଦେଶକ ବବି ମିଶ୍ର ସେମାନେ ତାଙ୍କ ଭିତରେ ଯାହା ହେଉଛି ହେଉ ତାଙ୍କର ଯାହା ହେଉଛି ହେଉ ,ଏହାକୁ ଲୋକ ଲୋଚନକୁ ରାସ୍ତା ଘାଟ କୁ ଆଣିବା ଉଚିତ ନୁହେଁ। ଥାନା ଆଗରେ ଆଉ ରାସ୍ତାରେ ଏବେ ଏଭଳି ବାଡିଆ ବାଡ଼ି ଦୃଶ୍ୟ ଦେଖିବାକୁ ମିଳିଛି। କେବଳ ଫୋର୍ଥ ଗ୍ରେଡ ର ଦୁଇ ଟଙ୍କିଆ ଗୁଣ୍ଡା ମାନେ ଏଭଳି କରନ୍ତି ବୋଲି ସୁର ରାଉତରାୟ କହିଥିଲେ।

ଠିକ ସେଭଳି ଭାବରେ ହିଁ ଏହି ଦୁଇଜଣ କରୁଛନ୍ତି ବୋଲି ସେ କହିଥିଲେ। ଦୁଇଜଣ ଭଲ ନିର୍ଦ୍ଦେଶକ ସହ ଭଲ ଅଭିନୟ ମଧ୍ୟ ଅଟନ୍ତି। ସେଥିପାଇଁ ଏହା ତାଙ୍କୁ ଶୋଭା ଦେଉ ନାହିଁ।ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।ପୂର୍ବତନ ବିଧାୟକ ସୁର ରାଉତରାୟ କେତେଦୂର କଥା ଠିକ୍ କହିଛନ୍ତି ନା ନାହିଁ। ଆଉ ଆପଣ ତାଙ୍କ କଥାକୁ ସମର୍ଥନ କରୁଛନ୍ତି ନା ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।

Leave a Comment