ୟୁଟ୍ୟୁବରେ ପକାଉଥିଲେ ଏମିତି ଭିଡିଓ..ସିଧା ଉଠେଇନେଲା ପୋଲିସ୍ ଆଉ ତାପରେ

ଗିରଫ ହେଲା ୟୁଟ୍ୟୁବର ଜୟଦେବ ଲେଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକ ହିମାଂଶୁ ସାହୁ ଏମିତି ଆହୁରି ଅନେକ ନେତାଙ୍କୁ ନେଇ ଜୟଦେବ ଟାର୍ଗେଟ କରୁଥିଲା। ଆଉ ରାତି ପାହିଲେ ନେତାଙ୍କୁ ବିରୋଧ କରି ଗୁଣ୍ଡା ବଦମାସ ଦଲାଲ କହିବା ଆରମ୍ଭ କରୁଥିଲା। ଯାହାକୁ ନେଇ ପୋଲିସ ଆଜି ସିଧା ସିଧା ଜୟଦେବ ଲଙ୍କା କୁ ଉଠାଇ ଆଣିଥିଲା। ଜୟଦେବ ଲେଙ୍କା ର ୟୁଟ୍ୟୁବ ପେଜ ର ନାମ ହେଉଛି ଜୟଦେବ ଅଫିସିଆଲ୍।ଏଥିରେ ସେ ଅନେକ ଲୋକ ମାନଙ୍କୁ ଟାର୍ଗେଟ କରି କହିଛି। ତାହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ୍ ଚାରଣ ମାଝୀଙ୍କ ଠାରୁ ଆରମ୍ଭ କରି ଏମଏଲଏ ହିଂମାଶୁ ସାହୁ ଏଭଳି ଭାବରେ ଅନେକ ନେତା ମାନଙ୍କ ସଂପର୍କରେ ସେ କହିଛି।

ଯାହାକୁ ନେଇ ପୋଲିସ ଏବେ ଜୟଦେବ କୁ ଉଠାଇ ନେଇ ଯାଇଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି। ପ୍ରଥମେ ସୋସିଆଲ ମିଡ଼ିଆ ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କୁ ଆକ୍ଷେପ କରିଥିଲେ।ଗୁଣ୍ଡା , ବଦମାସ, ଦଲାଲ କହି ଅନେକ ଅପଶବ୍ଦ ର ବ୍ଯବହାର କରି ତାଙ୍କର ଚରିତ୍ର ମଧ୍ୟ ସଂହାର କରିଥିଲା। ଶେଷରେ ଲୁଚି ଲୁଚି ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ରାଜ୍ୟ ସାଇବର ସେଲ ର ସ୍ପେଶଲ୍ ସ୍କ୍ୱାଡ୍ ତାଙ୍କୁ ଧରି ପକାଇ ଥିଲା।

ହେଲେ ଧର୍ମଶାଳା ପୋଲିସ ହାତରେ ଗିରଫ ହେବା ପରେ ଜାମିନ ନାମଞ୍ଜୁର ହେବା ପରେ ରଗଡ଼ି ଜେଲ ଯାଇଥିଲା। ଆଉ ତାଙ୍କୁ ଏବେ କୋର୍ଟ ଚାଲାଣ କରାଯାଇଛି।ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ କି ଲୋକମାନେ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି। ଆଜିକାଲି ଯୁବପିଢୀ ଙ୍କ ଏହା ଏକ ପଇସା ରୋଜଗାର ର ମାଧ୍ୟମ ପାଲଟି ଗଲାଣି ବୋଲି କହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Leave a Comment