ଶିକ୍ଷକ ନାମରେ କଳଙ୍କ ଲଗାଇଲେ ଏହି ଗୁରୁ। ଛାତ୍ରୀ ମାନଙ୍କୁ ସ୍କୁଲ୍ ବାଥ୍ ରୁମ କୁ ଡାକି ଛାତିରେ ମାରୁଥିଲେ ହାତ। ନିଜର ପ୍ୟାଣ୍ଟ୍ ଖୋଲି ମଧ୍ୟ ଛାତ୍ରୀ ମାନଙ୍କ ହାତରେ ଧରାଇ ଦେଉଥିଲେ। ମୌକା ଦେଖି ସ୍କୁଲ କୁ ଯାଇ ଶିକ୍ଷକ ଛାତ୍ରୀ ମାନଙ୍କ ସହ ଏଭଳି କିଛି କରୁଥିଲେ। ଯେଉଁ ଛାତ୍ରୀ ମାନେ ଏହାକୁ ପ୍ରତିବାଦ କରୁଥିଲେ ସେମାନଙ୍କୁ ଶିକ୍ଷକ ଜଣକ ନାଲି ଆଖି ଦେଖାଉ ଥିଲେ। ଏକଥା ନିଜେ ମଧ୍ୟ ଛାତ୍ରୀ ଜଣକ ମଧ୍ୟ ନିଜ ମୁହଁ ରେ ସ୍ବୀକାର କରିଛନ୍ତି।ସମାଜରେ ଶିକ୍ଷକଙ୍କୁ ଭଗବାନ ର ମାନ୍ୟତା ଦିଆ ଯାଇଛି। ସେଥିପାଇଁ ଗୁରୁ ବ୍ରହ୍ମା ଓ ଗୁରୁ ବିଷ୍ଣୁ ମଧ୍ୟ କୁହା ଯାଇଥାଏ। ଆଜି ଏହି ଶିକ୍ଷକ ବା ଗୁରୁ ଙ୍କ କାର୍ଯ୍ୟ ଏବେ ସମସ୍ତଙ୍କ ମୁଣ୍ଡ କୁ ଏବେ ତଳକୁ କରି ଦେଇଛନ୍ତି।
ନିଜ କାମନା ଲାଳସା ପୂରଣ କରିବା ପାଇଁ ସେ ତାଙ୍କର ହିତାହିତ ଜ୍ଞାନ ମଧ୍ୟ ସବୁ ଭୁଲି ଯାଇଥିଲେ। କୋମଳମତି ଶିଶୁ ଙ୍କ ସହ ସେ ଏଭଳି କିଛି କରୁଥିଲେ। ଶିକ୍ଷକ ପାଲଟି ଯାଇଛନ୍ତି ରାକ୍ଷସ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କି ନବରଙ୍ଗପୁର ସଦର ବ୍ଲକ୍, ସରକାରୀ ପ୍ରାଥମିକ ବିଦ୍ୟାଳୟ , କୁମଝର ଠାରେ। ସେହି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବାଜୀ ଦାସ ଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି।
ତାଙ୍କ ନାମରେ ଏହି ଅଭିଯୋଗ ଛାତ୍ରୀ , ଅବିଭାବକ ଓ ଗ୍ରାମବାସୀ ମାନେ ଆଣିଛନ୍ତି। ଛାତ୍ରୀ ମାନଙ୍କ ଏହା ଅଭିଯୋଗ କି ତାଙ୍କୁ ତାଙ୍କର ପ୍ରଧାନ ଶିକ୍ଷକ ବାବାଜୀ ଦାସ,ତାଙ୍କୁ ପାଇଖାନା କୁ ନେଇ ଯାଉଥିଲେ ଆଉ ସେଠାରେ ହିଁ ସେ ତାଙ୍କ ସହ ଅସଦାଚରଣ କରୁଥିଲେ। ପ୍ରତିଦିନ ଏଭଳି ଭାବରେ କାହାକୁ ନା କାହାକୁ ଡ଼ାକି ତାଙ୍କ ସହ ଖରାପ ବ୍ଯବହାର କରୁଥିଲେ। ଏହାକୁ ନେଇ ଛାତ୍ରୀ ମାନେ ନିଜ ନିଜ ଅବିଭାବକ ଙ୍କ ଆଗରେ ସବୁକିଛି ପ୍ରକାଶ କରିଥିଲେ। ଗ୍ରାମବାସୀ ମାନେ ତାଙ୍କୁ ଏକ ଘର କୋଠରୀ ରେ ରଖି ଅଟକ ରଖିଥିଲେ। ଏବେ ଏହି ଘଟଣାର ତଦନ୍ତ ମଧ୍ୟ ଏବେ ଚାଲିଛି।