କୁନି ଝିଅ ର ଭାଇ ନଥିବା ରୁ ନିଜ ପୋଷା କୁକୁର କୁ ବାନ୍ଧିଲା ରାକ୍ଷୀ, ଭିଡିଓ ହେଲା ଭାଇରଲ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଯାହାକୁ ରକ୍ଷା ବନ୍ଧନ ତଥା ଅନ୍ୟ ନାମ ରେ ବି କୁହନ୍ତି, ଆଜି ଗୋଟେ ଭଉଣୀ ତ ଭାଇ କୁ ରାକ୍ଷୀ ବାନ୍ଧି  ନିଜ ର ଭଲ ପାଇବା ତଥା ସ୍ନେହ ଦର୍ଶାଇଥାଏ

ପ୍ରଭୁ ଜଗନ୍ନାଥ ବଳଭଦ୍ର ଆଜି ଭଉଣୀ ସୁଭଦ୍ରା ଙ୍କ ଠାରୁ ରାକ୍ଷୀ ବାନ୍ଧିବାକୁ ଯାଉଛନ୍ତି, କେବଳ ପ୍ରଭୁ ନୁହନ୍ତି ଦେଶ ର ସବୁ ଭାଇ ଭଉଣୀ ଙ୍କ ପାଇଁ ଏହି ଦିନ ଗୋଟେ ଖାସ ମହତ୍ତ୍ଵ ରଖୁଛି ହେଲେ ୟା ଭିତରେ କଲିକତା ରୁ ଗୋଟେ ଏମିତି ଭିଡିଓ ଆସିଛି ଯାହା ଆପଣ ଙ୍କ ହୃଦୟ ରୁ କୋହ ବାହାର କରିଦେବ

୪ ବର୍ଷ ର କୁନି ଝିଅ ଜିଦି କଲା ମୁ ବି ରାକ୍ଷୀ ବାନ୍ଧିବି, ମୋର୍ ଭାଇ ନାହିଁ କଣ ପାଇଁ ଏମିତି କହି ସେ କାନ୍ଦୁଥିଲା , ତା ପାଖରେ ଆଉ କେହି ନଥିଲେ ରାକ୍ଷୀ ବାନ୍ଧିବାକୁ ଆଉ ଶେଷରେ ସେ ନିଷ୍ପତି ନେଲା ତାର ପୋଷା କୁକୁର ଛୁଆ କୁ ସେ ରାକ୍ଷୀ ବାନ୍ଧିବ ଆଉ ତାକୁ ଭାଇ ମାନି ତା ଠୁ ସାରା ଜୀବନ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତି ନେବ

ଏଇ ଭିଡିଓ ରେ ଆପଣ ଦେଖିପାରିବେ କିପରି କୁନି ଝିଅ ଟି କୁକୁର କୁ ପୂଜା କରି ରାକ୍ଷୀ ବାନ୍ଧୁଛି, ଏହି ଭିଡିଓ ୪୩ ସେକେଣ୍ଡ ର ଆଉ ଏହା ଏବେ ସୋସିଆଲ ମିଡ଼ିଆ ରେ ବହୁତ୍ ଜୋର୍ ସୋର୍ ସେ ଭାଇରଲ ହେବାକୁ ଲାଗିଛି

ଏଇ ଭିଡିଓ ଦେଖି ଆପଣ ଙ୍କୁ କିପରି ଲାଗିଲା, ମଣିଷ ହୁଏତ ସ୍ୱାର୍ଥପର ହେଇପାରେ ହେଲେ ପଶୁ ନୁହନ୍ତି, ଆଉ ବଡ ପିଲା ମାନେ ହୁଏତ ଧୋକା ଦେଇପାରନ୍ତି ହେଲେ ଗୋଟେ ଶିଶୁ ନୁହଁ, ଦୁଇ ନିଷ୍ପାପ ଆତ୍ମା ର ଅନନ୍ୟ ନିଦର୍ଶନ

 

Leave a Comment