ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ତ୍ରୀ କହୁଛି ପାଖରେ ରହିବିନି…!

ବର୍ତ୍ତମାନ ସ୍ତ୍ରୀ ଙ୍କ ନାମରେ ଅଭିଯୋଗ ଆଣିଛନ୍ତି ସ୍ବାମୀ। ସେ କହିଥିଲେ କି ପ୍ରିୟଦର୍ଶିନୀ ସ୍ୱାଇଁ ନାମକ ଏକ ଝିଅକୁ ସେପ୍ଟେମ୍ବର ମାସ ୬ ତାରିଖରେ ବିବାହ କରିଥିଲେ। ପରସ୍ପର ଆଠ ମାସ ହେବ ମଧ୍ୟ ପ୍ରେମ ସମ୍ପର୍କରେ ଥିଲେ।ପ୍ରିୟଦର୍ଶିନୀ ସବୁବେଳେ କୁହନ୍ତି କି ତାଙ୍କର ବାପା ଭଲ ଲୋକ ନୁହେଁ ସବୁବେଳେ ସେ ତାଙ୍କର ମାଆ ଙ୍କୁ ମାରଧର କରନ୍ତି ବୋଲି। ଏହାପରେ କହିଥିଲେ କି ବାପା ତାଙ୍କ ବାହାଘର ପାଇଁ ରାଜି ହେବେ ନାହିଁ।ସେଥିପାଇଁ ବାହାରେ କେଉଁଠି ବାହା ହେଇ ଯିବାକୁ କହିଥିଲେ। ବାହାଘରର ସାତ ଦିନ ପରେ ବ୍ୟକ୍ତି ଜଣକ କୋର୍ଟ ମ୍ୟାରେଜ୍ ପାଇଁ ଆବେଦନ କରିଥିଲେ।

ଏହାପରେ ଯେତେବେଳେ କୋର୍ଟ ମ୍ୟାରେଜ କରିବାକୁ ଯାଇଥିଲେ ସେତେବେଳେ ଜାଣିବାକୁ ପାଇଥିଲେ ଯେ ସେ ଯେଉଁ ପ୍ରିୟଦର୍ଶିନୀ ସ୍ୱାଇଁ ଙ୍କୁ ବିବାହ କରିଛନ୍ତି ସେ ପାଞ୍ଚ ବର୍ଷ ହେବ ବିବାହିତ ଅଟନ୍ତି। ଯେତେବେଳେ ସ୍ବାମୀ ଏହି ସମ୍ପର୍କ ରେ ପ୍ରିୟଦର୍ଶିନୀ ଙ୍କୁ ପଚାରି ଥିଲେ,ସେତେବେଳେ ପ୍ରଥମେ ପ୍ରିୟଦର୍ଶିନୀ ମନା କରିଥିଲେ ପରବର୍ତ୍ତୀ ସମୟରେ ସେ ସ୍ୱୀକାର କରିଥିଲେ କି ହଁ ତାଙ୍କର ଭୁଲ୍ ହୋଇ ଯାଇଛି ବୋଲି। ଆଉ କହିଥିଲେ କି ସେ ତାଙ୍କର ପୂର୍ବ ସ୍ୱାମୀ ଠାରୁ ଅଲଗା ହୋଇ ଯାଇଛନ୍ତି ହେଲେ ତାଙ୍କ ନିକଟରୁ ଛାଡ଼ପତ୍ର ନେଇ ନାହାଁନ୍ତି ବୋଲି।

ଏହାପରେ ସେ ତାଙ୍କର ପୂର୍ବ ସ୍ବାମୀ ଠାରୁ ଅଲଗା ହୋଇ ବର୍ତ୍ତମାନ ସ୍ଵାମୀ ସହ ରହିବାକୁ ଚାହୁଁ ଥିଲେ। ଏହାପରେ ବ୍ୟକ୍ତି ଜଣକ ମଧ୍ଯ ରାଜି ହୋଇ ଯାଇଥିଲେ।ଏହି ସମ୍ପର୍କରେ ପ୍ରିୟଦର୍ଶିନୀ ଙ୍କ ମାଆ ଓ ଭଉଣୀ ଙ୍କୁ ମଧ୍ୟ ସବୁ ଜଣା ଯାଇଥିଲା। ସେମାନେ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ। ଆଉ ତାହା ପରେ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ କଥାକୁ ନେଇ ଅନେକ ସମୟରେ ଖୁବ ଝଗଡା ମଧ୍ୟ ଲାଗିଥାଏ। ସେମାନେ ମଧ୍ୟରେ ଖୁବ୍ ଯୁକ୍ତି ତର୍କ ମଧ୍ୟ ହେଇଥାଏ। ହେଲେ ଏବେ ସ୍ତ୍ରୀ ତାଙ୍କ ପାଖରେ ରହିବେନି ବୋଲି କହୁଛନ୍ତି ଆଉ ଏନେଇ ଏବେ ମହିଳା ଜଣକ ଏହା ଅଭିଯୋଗ କରିଛନ୍ତି।

Leave a Comment