ଗଡି ଚାଲିଥିଲା ଟ୍ରେନ୍ ଆଉ ସ୍ବାମୀଙ୍କୁ ଫୋନ କରିଥିଲେ ସ୍ତ୍ରୀ। OK କହିଦେଇ ଫୋନ କାଟିଦେଲେ ଷ୍ଟେସନ ମାଷ୍ଟର।OK କହିବା ପରେ ଟ୍ରେନ୍ ମାଓବାଦୀ ଅଞ୍ଚଳକୁ ଚାଲି ଯାଇଥିଲା। ହଜାର ହଜାର ଯାତ୍ରୀ ମାନେ ଟ୍ରେନ୍ ଭିତରେ ଚିତ୍କାର କରିବାକୁ ଲାଗିଲେ। ଷ୍ଟେସନ ମାଷ୍ଟର ଙ୍କୁ ତାଙ୍କର ସ୍ତ୍ରୀ ଫୋନ କରିଲେ ବୋଲି ଟ୍ରେନ୍ ଟି ମାଓ ଅଞ୍ଚଳ ଆଡ଼କୁ ମାଡି ହୋଇଗଲା। ହଜାର ହଜାର ଯାତ୍ରୀ ମୃ-ତ୍ୟୁ ଆଡକୁ ମୁହାଁଇ ଗଲେ।ଆଉ ସ୍ତ୍ରୀ ଙ୍କ ପାଇଁ ସ୍ବାମୀ କରିଦେଲେ ଏମିତି କିଛି। ହେଇଗଲା ତିନି କୋଟି ର କ୍ଷତି। ଟ୍ରେନ୍ ଚାଳକଙ୍କ ବେପରୁଆ ଭାବରେ ଗାଡ଼ି ଚଳାଇବା ପାଇଁ ଅନେକ ସମୟରେ କ୍ଷତି ସହୁଛି ରେଳ ବିଭାଗ।
କେତେବେଳେ ଟ୍ରେନ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହେଉଛି ତ ପୁଣି କେତେବେଳେ ଟ୍ରେନ୍ ଲାଇନ୍ ଚ୍ୟୂତ ହେଇ ଯାଉଛି। ହେଲେ ଏ ଘଟଣା କିନ୍ତୁ ପୂରା ଅଲଗା। ଷ୍ଟେସନ ମାଷ୍ଟର ଏବଂ ତାଙ୍କର ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା କାରଣରୁ,ରେଳ ବିଭାଗ ସହିଛି ତିନି କୋଟି ଟଙ୍କାର କ୍ଷତି। ଏମିତି କିଛି ହୋଇଯିବ ବୋଲି ଷ୍ଟେସନ ମାଷ୍ଟର ଆଦୌ ହେଲେ ମଧ୍ୟ ଜାଣି ନଥିଲେ। ତାଙ୍କ ସ୍ତ୍ରୀ ଙ୍କ ପାଇଁ ଆଜି ହଜାର ହଜାର ଯାତ୍ରୀ ମାନେ ମୃ-ତ୍ୟୁ ମୁହଁ କୁ ଠେଲି ହୋଇ ଯାଇଥିଲେ। ପୂରା ଘଟଣା କିଛି ଏମିତି ଥିଲା। ବିଶାଖା ପାଟନମ୍ ର ଜଣେ ଷ୍ଟେସନ ମାଷ୍ଟର ୨୦୧୧ ରେ ବିବାହ କରିଥିଲେ।
ବିବାହ ପୁର୍ବରୁ ତାଙ୍କର ସ୍ତ୍ରୀ ଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା।ଏହି ପ୍ରେମ ସମ୍ପର୍କ ବିବାହ ପରେ ମଧ୍ୟ ଥମି ନଥିଲା। ଷ୍ଟେସନ ମାଷ୍ଟର ନଥିବା ବେଳେ ତାଙ୍କର ସ୍ତ୍ରୀ ପ୍ରେମିକ ସହ ସମୟ ବିତାନ୍ତି। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗେ। ଷ୍ଟେସନ ମାଷ୍ଟର ଙ୍କ ସ୍ତ୍ରୀ ବାରମ୍ବାର ସ୍ବାମୀ ଙ୍କୁ ଫୋନ କରି ହଇରାଣ କରୁଥିଲେ। ସେଦିନ ମଧ୍ୟ ବାରମ୍ବାର ଫୋନ ଆସିଥିଲା। ଆଉ ଫୋନ କାଟିବା ସମୟରେ ଓକେ କହିଥିଲେ ସେତେବେଳେ ତାଙ୍କ ଫୋନ ଲାଇନ୍ ରେ ଥିଲା ସେପଟେ ଆଉ ଏକ ଷ୍ଟେସନ ମାଷ୍ଟର ଭାବିଥିଲେ ତାଙ୍କୁ OK ସିଗ୍ନାଲ ମିଳିଲା ବୋଲି ଏହାପରେ ଟ୍ରେନ୍ ମାଓ ପ୍ରବଣ ଅଞ୍ଚଳକୁ ଚାଲି ଯାଇଥିଲା।