ଏବେ କଳ୍କୀ ବାବା ସାରା ଓଡ଼ିଶାରେ ହିଁ ଚର୍ଚ୍ଚାର ବିଷୟ ପାଲଟିଛିନ୍ତି।ତାହାକୁ ନେଇ ଚାରିଆଡ଼େ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଜଣେ ସାଧୁ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଥିଲେ କି ଗୋଟେ ବାପା ଗୋଟେ ଛୋଟ ଛୁଆ ଅବୋଧ ଶିଶୁ କୁ ଭଗବାନ ବନାଇଛନ୍ତି ତାହା କେବଳ ଟଙ୍କା ଲୁଟିବା ପାଇଁ। କୋଟି କୋଟି ଟଙ୍କା ମଧ୍ୟ ମାର୍କେଟ ରୁ ସେ ଉଠାଇ ଦେଇଛନ୍ତି। ଏଭଳି ଭାବରେ ଲୁଟ ପାତ ଚଳାଇଛନ୍ତି।ଯାହାକି ଧୀରେ ଧୀରେ ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି। ସବୁ ଗୁମର ବାବାଙ୍କ ଧୀରେ ଧୀରେ ଫିଟିବା ରେ ଲାଗିଛି। ଏଭଳି କି ସାଧୁ ଜଣକ କହିଥିଲେ କି ତାଙ୍କ ଆଶ୍ରମରୁ ଝିଅ ମାନଙ୍କ ଅନ୍ତ ବସ୍ତ୍ର ମିଳିଛି।
ଯେତେବେଳେ ଏସବୁ ଖୋଳତାଡ଼ ହୋଇ ବାହାରିବ ସେତେବେଳେ ସବୁ ସତ ମଧ୍ୟ ସାମ୍ନା କୁ ଆସିଯିବ। ସେ ଗୋଟେ ଗାଡ଼ି ଚଢ଼ୁଥିଲେ ଯାହାର ଦାମ୍ ପ୍ରାୟ ଦୁଇ ଲକ୍ଷ ଟଙ୍କା ରୁ ଅଢେଇ ଲକ୍ଷ ଟଙ୍କା ମଧ୍ୟ ହେବ। ଏସବୁ ଜିନିଷ ଯେଉଁ ସୃଷ୍ଟି ହୋଇଛି ସେଥିରେ ସରକାର ହସ୍ତକ୍ଷେପ କରିବା କଥା ସେ କହିଥିଲେ।ଏଭଳି ଭାବରେ ଯଦି ଆଗକୁ ଚାଲିବ ତେବେ ଖୁବ୍ ଶୀଘ୍ର ଏହି କଳିଯୁଗ ମଧ୍ୟ ଧ୍ଵଂସ ହୋଇ ଯିବ। କଳିଯୁଗ ଧ୍ଵଂସ ହେବା ପାଇଁ ଆଉ ବେଶୀ ସମୟ ଲାଗିବ ନାହିଁ। ଆଉ ସୁର ଓ ସାରଥୀ ବାବା ଏହି ସବୁ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ବୋଲି କହିଥିଲେ ସାଧୁ ଜଣକ।
ଏହି ଘଟଣା ନିଶ୍ଚିତ ଭାବରେ ଖୁବ ଲଜ୍ୟା ଜନକ ଅଟେ। କାରଣ ଜଣେ ଅବୋଧ ଶିଶୁ କୁ ଏଭଳି କରାଯିବା ଆଦୌ ହେଲେ ମଧ୍ୟ ଏହା ଉଚିତ ନୁହେଁ।ଏଭଳି ଭାବରେ ହିଁ ସାଧୁ ଜଣକ ଅନେକ କଥା କହିଥିଲେ ଉକ୍ତ ବାବା ଜଣକ ନାମରେ ଓ ତାଙ୍କର ବ୍ୟବହାର ସମ୍ପର୍କରେ ମଧ୍ୟ ଅନେକ କଥା କହିଥିଲେ। ଯାହାକି ଆପଣ ମାନେ ସମ୍ପୁର୍ଣ୍ଣ ଭିଡିଓ ଦେଖିଲେ ହିଁ ଜାଣି ପାରିବେ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଏଥି ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।