କୋଟିପତି CSO ଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ସମ୍ବଲପୁର CSO ସୁରେଶ କୁମାର୍ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଗତକାଲି ସୁରେଶ ଙ୍କ ଭଡ଼ା ଘର କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ ଟି ସ୍ଥାନରେ ବିଶେଷ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲା। ଭୁବନେଶ୍ଵର , ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ବରଗଡ଼ର ୧୧ ଟି ସ୍ଥାନରେ ଏହି ରେଡ କରାଯାଇ ଥିଲା।ଚଢ଼ାଉ ସମୟରେ ସୁରେଶ ଙ୍କ ଦୁଇଟି କୋଠା ଗୋଟିଏ ଫ୍ଲାଟ୍ ଓ ୧୯ ଟି ପ୍ଲଟ ଜବତ କରିଛି ଭିଜିଲାନ୍ସ ଟିମ।CSO ଠୁଳ କରିଥିବା ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ତାଙ୍କୁ ଖୁବ ପଚରା ଉଚରା ମଧ୍ୟ କରିଥିଲା। ହେଲେ ସେ ତାଙ୍କର ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।
ଆଉ ସେଥିପାଇଁ ହିଁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି। ବଲାଙ୍ଗୀର ରେ ୨୦୧୨ ରେ ପଦ ଉନ୍ନତି ପାଇଁ CSO ହୋଇଥିଲେ ସୁରେଶ ପାଣିଗ୍ରାହୀ।ପରେ ୨୦୨୦ ମସିହାରେ କଳାହାଣ୍ଡି ଜିଲ୍ଲାରେ ସେ CSO ଭାବରେ କାର୍ଯ୍ୟ କରିଥିଲେ। ଏହାର ବର୍ଷେ ପରେ ୨୦୨୧ ମସିହାରେ ସୋନପୁର ଜିଲ୍ଲାରେ CSO ଭାବରେ କାର୍ଯ୍ୟ କରୁଥିଲେ ସୁରେଶ ପାଣିଗ୍ରାହୀ। ତାଙ୍କର ସମ୍ପୂର୍ଣ୍ଣ ୧୯ ଟି ପ୍ଲଟ। ତିନୋଟି ଭୁବନେଶ୍ୱର ରେ ମୂଖ୍ୟ ସ୍ଥାନରେ ପ୍ଲଟ୍ ରହିଛି।୪ ଟି ସମ୍ବଲପୁର ରେ ମଧ୍ୟ ପ୍ଲଟ ରହିଛି।୧୦ ଟି ପ୍ଲଟ ବିଜୟପୂର ରେ ରହିଥିବା ସୁଚନା ମିଳିଛି।
ବରଗଡ଼ ଓ ବଲାଙ୍ଗୀର ରେ ଗୋଟେ ଗୋଟେ ସ୍ଥାନରେ ପ୍ଲଟ ଠାବ କରାଯାଇଛି।ଏହା ସହ ତାଙ୍କର ଭାଇଙ୍କ ନାମରେ ଏକ ପେଟ୍ରୋଲ ପମ୍ପ ଓ ଗୋଟେ ଇଟା ଭାଟି ମଧ୍ଯ ରହିଛି। ମୋଟ ଉପରେ ଆୟ ଠାରୁ ୨୮୦ ପ୍ରତିଶତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇ ରହିଛି। ଯାହାକୁ କି ଠାବ କରିଛି ଭିଜିଲାନ୍ସ ଟିମ୍। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ଏହି ଘଟଣା ଖୁବ ଭାଇରାଲ ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।