ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ MLA କହିଲେ ସବୁ ମହିଳା ମୋ ଗାର୍ଲ୍ ଫ୍ରେଣ୍ଡ୍

ମଞ୍ଚ ଉପରେ ଏମଏଲଏ ଏଭଳି କିଛି କହିଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ମଞ୍ଚ ତଳେ ବସିଥିବା ସବୁ ମହିଳା ହେଉଛନ୍ତି ତାଙ୍କର ଗାର୍ଲ୍ ଫ୍ରେଣ୍ଡ୍। ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଅଛନ୍ତି ଆଉ ମଞ୍ଚ ତଳେ ବସିଥିବା ସବୁ ମହିଳା କୁଆଡେ ଏହି ଏମଏଲଏ ଜଣକ ଗାର୍ଲ୍ ଫ୍ରେଣ୍ଡ୍ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ଉପସ୍ଥାପକ ଯିଏକି ଏହି ସଭା କୁ ପରିଚାଳନା କରନ୍ତି ସେ କୁଆଡେ ପୂରା ହିରୋଇନ୍ ଭଳି ଦିଶୁ ଛନ୍ତି।ତାଙ୍କ ଆଖିକୁ ସେ ହରିଣର ଆଖି ସହ ବିବେଚନା କରିଥିଲେ , ଆଉ ତାଙ୍କର ନାକ ଶୁଆର ଥଣ୍ଟ ପରି , ଗାଲ ଦୁଇଟା ପୂରା ଚିକ୍କଣ ଏବେ ଏହି ବିଧାୟକ ଜଣକ ଏଭଳି କିଛି ବ୍ୟାଖ୍ୟା କରି ଥିବାରୁ ଏବେ ଅଡ଼ୁଆ ବଢ଼ିବାରେ ଲାଗିଛି ।

ନବରଙ୍ଗପୁରରେ ବିବାଦ ବଢ଼ିବାରେ ଲାଗିଛି। ବିବାଦ ବିଧାୟକ ମନୋହର ରନ୍ଧାରି ଙ୍କ ପିଛା ଛାଡ଼ୁ ନାହିଁ। ପ୍ରଥମ ମଞ୍ଚରେ ସେ ଏମିତି କହିଥିଲେ ଏହାପରେ ଦ୍ଵିତୀୟ ଦିନ ମଧ୍ୟ ସେ ଏମିତି କରିଦେଲେ।ରବିବାର ଦିନ ତାଙ୍କର ଏକ ବକ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି ଏହି ବିଧାୟକ ଜଣକ। ମଞ୍ଚ ତଳେ ବସିଥିବା ସବୁ ମହିଳା ମାନଙ୍କୁ ସେ ନିଜର ପ୍ରେମିକା ବୋଲି ବିବେଚନା କରିଥିଲେ। ଏହାକୁ ତୀବ୍ର ଭାବରେ ନିନ୍ଦା କରିଛନ୍ତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା।

ମହିଳା ମୋର୍ଚ୍ଚା ର ସଭା ନେତ୍ରୀ ଶର୍ମିଷ୍ଠା ଦେଓଙ୍କ କହିବା କଥା ଜଣେ ବିକୃତ ମାନସିକ ର ବ୍ୟକ୍ତି ହିଁ ଏଭଳି କିଛି କଥା କହି ପାରେ ବୋଲି।ମହିଳା ମାନଙ୍କ ପ୍ରତି ଏହା ଅତ୍ୟନ୍ତ ଅପମାନ ଜନକ ଓ ଅଶାଳୀନ ମନ୍ତବ୍ୟ ଅଟେ। ସେଥିପାଇଁ ସେ ବିଧାୟକ ଙ୍କୁ କ୍ଷମା ମାଗିବା କଥା କହିଥିଲେ। ଆଉ ଯଦି ସେ କ୍ଷମା ନ ମାଗନ୍ତି ତେବେ ସେମାନେ ମହିଳା କମିଶନ ଙ୍କ ଦ୍ୱାରସ୍ଥ ହେବା କଥା ସେ କହିଥିଲେ। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment