ମୋ ବାପା କୁ ମାରନି ଛାଡ଼ିଦିଅ। ଆଉ ତୁମେମାନେ ସବୁ କିଏ ଯିଏକି ମୋ ବାପା କୁ ମାରୁଛ? ବୋଲି ଚିତ୍କାର କରୁଥାଏ ପୁଅ ଟିଏ।ଆଉ ବାପା ଜଣକ ବାରମ୍ବାର ଏହା କହୁ ଥାଆନ୍ତି କି ପୁଅରେ ତୁ ଏଠୁ ଚାଲିଯା ବୋଲି। ଏମିତି କିଛି ଥିଲା ପୁଅ ପାଇଁ ବାପା ର ଶେଷ କଥା। ଯାହାକୁ ହୁଏତ ଆଉ କେବେ ହେଲେ ମଧ୍ୟ ପୁଅ ଶୁଣି ପାରିବ ନାହିଁ। କି ସ୍ତ୍ରୀ ମଧ୍ୟ ସ୍ୱାମୀର ସେହି ଡାକ କୁ ଆଉ କେବେ ହେଲେ ମଧ୍ୟ ଭୁଲି ପାରିବ ନାହିଁ।ଏହି କୋହ ଭରା ଦୃଶ୍ୟ ଆପଣ ମାନେ ମଧ୍ୟ ଦେଖି ପାରିବେ ନାହିଁ। ମାଆ ଜଣକ କାନ୍ଦି କାନ୍ଦି ତଳେ ଗଡି ଯାଉଥିବା ଦେଖିବାକୁ ମିଳିଥିଲା। ପୁଅ ମଧ୍ଯ ଏକଥା କାନ୍ଦି କାନ୍ଦି କହୁଛି କି ତାର ବାପା କୁ ମାରି ଦିଆ ଯାଇଛି ବୋଲି।
କଥାଟା ଶୁଣିବା ଯେତିକି କଷ୍ଟ ଲାଗୁଛି ଆପଣଙ୍କୁ ନିଜର ପରିବାର କୁ ହରାଇ ଥିବା ଲୋକ ଯେ କେତେ କଷ୍ଟରେ ଥିବ ତାହା ଆପଣ ବେଶ ଭଲ ଭାବରେ ଜାଣି ପାରୁଥିବେ। ଧୋକା ଖାଇଗଲା ଗୋଟେ ପୁଅର ଆଖି।ସେ ହଠାତ୍ କିଛି ବୁଝିବା ଆଗରୁ ହିଁ ଆଖି ଆଗରେ ତାର ବାପାର ଜୀବନ ଚାଲି ଯାଇଥିଲା। ସବୁ ସ୍ବପ୍ନ ମଧ୍ୟ ମିଳାଇ ଯାଇଥିଲା। କଣ ହେଲା କେମିତି ହେଲା ସେସବୁ କିଛି ଜାଣି ପାରିଲାନି ପୁଅ। ଦେଖୁ ଦେଖୁ ହିଁ ଆଖି ଆଗରେ ବାପା କୁ ଇଟା ରେ ଛେଚି ଛେଚି ମାରିଦେଲେ ଦୃର୍ବୁତ୍ତ ମାନେ। ପୁଅ ଏପଟେ ବାପା କୁ ଛଡେଇବାକୁ ଚାହୁଁ ଥିଲା ବାପା ଉପରେ ପଡି ସେମାନଙ୍କ ଗୋଡ଼ ଧରୁ ଥିଲା।
କେହି କିଛି ଶୁଣି ନଥିଲେ ୧୫ ରୁ ୨୦ ଜଣ ମିଶି ଇଟା ରେ ଛେଚି ଛେଚି ମାରି ଦେଇଥିଲେ।ଏଭଳି କିଛି ଦେଖିବାକୁ ମିଳିଛି କଟକ, ବାରଙ୍ଗ, ତ୍ରିଶୂଳିଆ ନିକଟରେ। ଯେଉଁଠାରେ କି ସଂଘ ଗତ ଆକ୍ରମଣ ରେ ଜଣେ ଓଲ୍ଡିଂ କାରିଗର ଙ୍କ ଜୀବନ ଚାଲି ଯାଇଛି। ତୋଫାନ ସାମଲ ଏକ ବିଲ୍ଡର ଠାରେ ଏକ ଓଲ୍ଡିଂ କାରିଗର ଭାବରେ ଦୀର୍ଘ ୧୨ ବର୍ଷ ହେବ କାମ କରି ଆସୁଥିଲେ। ଗତକାଲି ବାପା ପୁଅ ଖାଇବାକୁ ବସିଥିବା ବେଳେ ଅଚାନକ ଭାବରେ ୧୫ ରୁ ୨୦ ଜଣ ଆସି ତାଙ୍କୁ ଗାଳି ଗୁଲଜ କରିବା ସହ ଛେଚି ଛେଚି ମାରି ଦେଇଥିଲେ।