ଗାଁ ଗାଁ ବୁଲି ବୁଲି ଏବେ ସ୍ୱାମୀକୁ ଖୋଜୁଛି ସ୍ତ୍ରୀ।୨୦୧୯ ମସିହାରେ ସୁନ୍ଦରୀ ଝିଅ ଦେଖି ବାହା ହୋଇଥିବା ମନୋଜ ଏମିତି କିଛି କରି ଦେଇଛି। ଯାହା ଫଳରେ ସ୍ତ୍ରୀ ଏବେ ଲୁଚି ପଳାଇ ଥିବା ସ୍ବାମୀଙ୍କୁ ଏଠି ସେଠି ବୁଲି ବୁଲି ଖୋଜୁଛି। ସ୍ୱାମୀ ଜଣକ ନାମ ହେଉଛି ମନୋଜ କୁମାର୍ ନାୟକ। ଯିଏକି ଗତ ୨୦୧୯ ମସିହାରେ ଅହମ୍ମଦାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲା। ସେହି କମ୍ପାନୀରେ କାମ କରୁଥିବା ମହିଳାଙ୍କୁ ପ୍ରେମ କରି ବିବାହ କରିଥିଲା।ସ୍ତ୍ରୀ ଜଣକ ମଧ୍ୟ ମନୋଜ ର ମିଛ ପ୍ରେମରେ ପଡ଼ି ଯାଇଥିଲେ। ଶେଷରେ ସେ ମନୋଜ ଙ୍କୁ ବିବାହ କରି କୋଟି କୋଟି ଟଙ୍କା ହରାଇ ବସିଥିଲେ।
ଗତ ୨୦୧୯ ମସିହାରେ ମନୋଜ ଅହମ୍ମଦାବାଦ ର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଯେଉଁ କମ୍ପାନୀରେ ହୀରା ଲାଲ ବେନ୍ ହସମୁଖ ଲାଲ ମୋଦି ନାମକ ମହିଳା ଜଣକ ମଧ୍ୟ କାମ କରୁଥିଲେ। ଯେଉଁଥିରୁ ମନୋଜ ଏବଂ ହୀରା ଲାଲ ଙ୍କୁ ମଧ୍ୟ ପ୍ରେମ ହୋଇ ଯାଇଥିଲା।ପରେ ଦୁଇଜଣ ମଧ୍ୟ ବାହା ହେବା ପାଇଁ ଯୋଜନା କରିଥିଲେ। ସେତିକି ବେଳେ ମନୋଜ ତାଙ୍କ ଗାଁ ରେ ଆଳୁ ଏବଂ ପିଆଜ ର ବଡ଼ ଗୋଦାମ ଅଛି ବୋଲି କହି ତାଙ୍କର ବଡ଼ ବ୍ୟବସାୟ ଚାଲିଛି ବୋଲି କହି ସେ ମହିଳା ଜଣକୁ ମିଛ କହିଥିଲେ। ଯାହା ଫଳରେ କି ହୀରା ଲାଲ ମନୋଜ ଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଯାଇଥିଲେ।
ଦେଖୁ ଦେଖୁ ଦୁହିଁଙ୍କ ବିବାହ ହୋଇଥିବା ବେଳେ ଦୁହିଁଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା।ହେଲେ ମନୋଜ ବ୍ୟବସାୟ ବାବଦ କୁ ତାଙ୍କ ସ୍ତ୍ରୀ ଠାରୁ କୋଟି କୋଟି ଟଙ୍କା ଆଣି ତାଙ୍କ ଗାଁ ଭଦ୍ରକ କୁ ଆସି ଏବେ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି। ଯାହା ଫଳରେ କି ସ୍ତ୍ରୀ ଜଣକ ଯେତେ ଖୋଜିଲେ ମଧ୍ୟ ସେ ଆଉ ତାଙ୍କର ସ୍ବାମୀଙ୍କୁ ପାଇ ପାରୁ ନାହାଁନ୍ତି। ଆଉ ଅନେକ ଥର ବନ୍ତ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କିଛି କରୁ ନଥିବା ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।