ପ୍ରେମିକ ସହ ସମ୍ପର୍କ ରଖି ମାଣବସାରେ ସ୍ବାମୀକୁ ମା-ରି କରୁଛି ବାହାନା ଆଉ ତାପରେ…

ମାର୍ଗଶୀର ମାସ ଗୁରୁବାର ରେ ମାଣ ବସାଇ ସ୍ତ୍ରୀ ହିଁ ସ୍ୱାମୀର ଜୀବନ ନେଇ ଯାଇଥିଲା। ଆଉ ସମସ୍ତଙ୍କ ଆଗରେ ନାଟକ କରୁଥିଲା ଆଉ ଏବେ ସବୁ ଖେଳ ଶେଷ ହେଲା। ନିଜ ବନ୍ଧୁ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ। ଛୁଆ ମାନଙ୍କ କଥା ମଧ୍ୟ ଟିକେ ହେଲେ ମଧ୍ୟ ଭାବିଲା ନାହିଁ ଏହି ମାଆ। ନିଜ ସିନ୍ଦୁରକୁ ହିଁ ନିଜ ହାତରେ ପୋଛି ଦେଇଥିଲା ଏହି ପିଶାଚି ସ୍ତ୍ରୀ ଜଣକ। ଯିଏ ଘରର ଲକ୍ଷ୍ମୀ ଥିଲା ଏବେ ସେ ପାଲଟି ଯାଇଛି ଘରର ଅଲକ୍ଷଣି।କାହିଁକି ମାଣବସା ରେ ସ୍ୱାମୀକୁ ମାରିଥିଲା ସ୍ତ୍ରୀ ସବୁ ସତ ଏବେ ସାମ୍ନା କୁ ଆସିଗଲା। ଏହି ମହିଳା ଜଣକ ସ୍ତ୍ରୀ ନୁହଁନ୍ତି ସେ ହେଉଛନ୍ତି ସ୍ତ୍ରୀ ନାମରେ ପିଶାଚୀ। ଏଭଳି ସ୍ତ୍ରୀ କୁ ଆପଣ ମାନେ କେବେ ହେଲେ ମଧ୍ୟ ଦେଖି ନଥିବେ।

ସ୍ୱାମୀର ଦୀର୍ଘାୟୁ ପାଇଁ କାହିଁ କେତେ ପୂଜାର୍ଚ୍ଚନା କରି ଥାଆନ୍ତି ଏହି ସ୍ତ୍ରୀ ମାନେ। ହେଲେ ଏହି ସ୍ତ୍ରୀ ନିଜର ସ୍ବାମୀଙ୍କୁ ମାର୍ଗଶୀର ମାସ ମାଣବସା ରେ ନିଜେ ହିଁ ମାରି ଦେଇଥିଲା। ନିଶା ରେ ସବୁବେଳେ ଚୂର୍ ହୋଇ ରହୁଥିଲେ।ସ୍ବାମୀ କାମ ସାରି ଘରକୁ ଫେରିଲେ ସବୁଦିନ ସେ ମାରପିଟ କରୁଥିଲେ। ଏଭଳି ଦୀର୍ଘଦିନ ହେବ ଲାଗି ରହିଥିଲା। ସ୍ତ୍ରୀ ର ଏଭଳି ନିର୍ଯାତନା ସହି ନପାରି ଆଗରୁ ମଧ୍ୟ ରଞ୍ଜିତ ଜୀବନ ହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ। ହେଲେ ମାଣବସା ଦିନ ପର ପୁରୁଷ ସହ ମିଶି ନିଜ ସ୍ୱାମୀର ହିଁ ଜୀବନ ନେଇ ଯାଇଥିଲା ସ୍ତ୍ରୀ।

ଆଉ ଏବେ ପୂରା ପରିବାର କାନ୍ଦି କାନ୍ଦି ତଳେ ଗଡି ଯାଉଥିବା ବେଳେ ସ୍ତ୍ରୀ ବାହାନା କରିବାରେ ଲାଗିଛି।ଛୋଟ ଛୋଟ ଛୁଆ ମାନେ କାନ୍ଦୁଛନ୍ତି ହେଲେ ଇଏ ମାଆ ହୋଇ ଦମ୍ଭ ଦେଖାଉଛି। ଆଉ ପୋଲିସ ସହ ମଧ୍ଯ ଥାନାକୁ ଯାଉଛି। ସ୍ୱାମୀର ତଣ୍ଟି ଚିପି ସ୍ୱାମୀକୁ ମାରି ଦେଇଥିଲା ପରପୁରୁଷ ସହ ମିଶି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲାର ,କାକଟପୁର ବ୍ଲକ , ପାଟପୁର ଗ୍ରାମରେ। ଯାହାକି ପୁରା ଗାଁ ରେ ଚହଳ ସୃଷ୍ଟି କରି ଦେଇଥିଲା। କେହି ଭାବି ନଥିଲେ କି ସ୍ବାମୀ ସହ ସ୍ତ୍ରୀ ଏଭଳି କିଛି କରିଦେବ ବୋଲି।

Leave a Comment