ତାଲିବାନ ମୁଖ୍ୟ କହୁଛି ଭାରତ ରୁ ମନ୍ତ୍ରୀ ଆସନ୍ତୁ ଆମକୁ ଦେଶ କେମିତି ଚଲେଇବାକୁ ହୁଏ ଶିକ୍ଷା ଦେବେ…

ତାଲିବାନ କୁ ଭାରତ ର ଧମକ ପରେ ହୁଏତ ତାଲିବାନ ମୁଖ୍ୟ ଏବେ ଭାରତ ସହ ବନ୍ଧୁତା କରିବାକୁ ହାତ ବଢ଼େଇଛନ୍ତି, ଗତକାଲି ମୋଦି ଙ୍କ ନେତୃତ୍ବରେ ଆଫଗାନିସ୍ତାନ କୁ କୌଣସି ପ୍ରକାର ସାହାଯ୍ୟ କିମ୍ବା ସହାୟତା ଚୁକ୍ତି ଭଙ୍ଗା ଯାଇଥିଲା, ଏହାର ମାନେ ହେଉଛି କି ଆଫଗାନିସ୍ତାନ କୁ ଭାରତ କରୁଥିବା ସାହାଯ୍ୟ ଆଉ କରିବନି, ତେବେ ଭାରତ ବର୍ଷ କୁ ପ୍ରାୟ ୪୦୦ ରୁ ୫୦୦ କୋଟି ଟଙ୍କା ସାହାଯ୍ୟ ରୂପେ ଆଫଗାନିସ୍ତାନ କୁ ଦେଉଥିଲା ଯାହା ଏବେ ବନ୍ଦ କରିଦିଆ ଯାଇଛି

ତେବେ ଭାରତ ମନ୍ତ୍ରଣାଳୟ ରୁ ଏଇ ଖବର ବି ଆସିଛି ଯେ ଯଦି ଆଫଗାନ ରେ ଥିବା କୌଣସି ଭାରତୀୟ ଙ୍କୁ ତାଲିବାନ କୌଣସି ବି କ୍ଷତି ପହଞ୍ଚାଇବାକୁ ସାହସ କରେ ତାହା ତାଲିବାନ ପାଇଁ ଠିକ୍ ହେବନି, ଭାରତ ଏହାର କଡା ଜବାବ ଦେବ

ତେବେ ପାକିସ୍ତାନ ସହ ମିଶି କାଶ୍ମୀର ନେବାକୁ ତାଲିବାନ ଭିତିରିଆ ଯୋଜନା କରୁଥିବା ଖବର ମିଳିଛି ହେଲେ ଏହା ସରକାରୀ ଭାବେ ପ୍ରମାଣିତ ହେଇନି, ଏପଟେ ଆଫଗାନିସ୍ତାନ ର ତାଲିବାନ ସହ ଚିନ ବନ୍ଧୁତ୍ୱ ପୂର୍ଣ୍ଣ ହାତ ବଢ଼େଇଛି

ଚାଇନା ପ୍ରକୃତ ରେ ଆଫଗାନିସ୍ତାନ ରେ ଥିବା ମୂଲ୍ୟବାନ ଜାତୀୟ ସମ୍ପତ୍ତି ଉପରେ ଦଖଲ ଚାହୁଁଚି ତେବେ ଆଫଗାନିସ୍ତାନ ରେ ଏବେ ବିପୁଳ ପରିମାଣ ରେ କୋଇଲା, ଗ୍ରଫାଇଟ, ତଥା ତେଲ, ସୁନା ଆଦି ବହୁତ୍ ଜିନିଷ ଭରି ରହିଛି, ଚିନ ଏହାକୁ କମ୍ ଦାମ ରେ ତାଲିବାନ ଙ୍କ ଠୁ କିଣିବାକୁ ଯୋଜନା କରୁଛି

ତେବେ ଭାରତ କୁ ତାଲିବାନ କହିଛି ଆମକୁ କିପରି ଦେଶ ଶାସନ କରିବାକୁ ହୁଏ ଭାରତ ର କିଛି ମନ୍ତ୍ରୀ ଙ୍କ ସହ ଆମେ ଆଲୋଚନା କରିବୁ, ଆମେ ଆପଣ ଙ୍କ ସହ ବନ୍ଧୁ ହେଇ ରହିବୁ ହେଲେ ଭାରତୀୟ ମନ୍ତ୍ରଣାଳୟ ସିଧା ସିଧା ମନା କରିଦେଇଛି ଯେ ବନ୍ଧୁକ ଆଉ କଲମ ଏକ ଜାଗା ରେ ରହିପାରିବେ ନାହିଁ, ବନ୍ଧୁକ ମୁନରେ ଦେଶ ଶାସନ ହୁଏନି,ପ୍ରଥମେ ସେଇଟା ଛାଡ ତାପରେ ଆଲୋଚନା କରିବା

ତେବେ ପଡୋଶୀ ପାକିସ୍ତାନ କିନ୍ତୁ ଭାରି ଖୁସି, ସେମାନେ ଭାବୁଛନ୍ତି କି ତାଲିବାନ ସହ ମିଶି କାଶ୍ମୀର ଉପରେ ରାଜ କରିବେ ହେଲେ ହୁଏତ ଫଳାଫଳ କାରଗିଲ ଯୁଦ୍ଧ ପରି ହେବ ଆଉ ସେମାନେ ପୁଣି ଲାଞ୍ଜ ଯାକି ଫେରିଯିବେ….

Leave a Comment