ରାଜ୍ୟ ଖବରଭାଇରାଲ ଭିଡିଓ

ଆଫ୍ରିକୀୟ ବାରହାସିଙ୍ଘା ଉପରେ ଆକ୍ରମଣ କରିବାଟା କୁମ୍ଭୀରକୁ ଭାରି ପଡିଲା, ନଦୀ ବାହାରକୁ ଟାଣି କଲା ଏମିତି କିଛି, ଦେଖନ୍ତୁ ଭିଡିଓ

କୁମ୍ଭୀର ବଡ଼ ବଡ଼ ପଶୁମାନଙ୍କୁ ମଧ୍ୟ ଶିକାର କରିବାର ଶକ୍ତି ରଖିଥାଏ, କିନ୍ତୁ ବେଳେବେଳେ ଶିକାର ଓଲଟି ତା ସହିତ ହିଁ ଲଢେଇ କରେ ଏବଂ କୁମ୍ଭୀର ପାଇଁ ସମସ୍ୟା ସୃଷ୍ଟି କରେ | ଏପରି ଗୋଟିଏ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଛି | ଯେଉଁଥିରେ ନଦୀ ପାର କରୁଥିବା ଗୋଟିଏ ଆଫ୍ରିକୀୟ ବାରହାସିଙ୍ଘା ଉପରେ ଗୋଟିଏ କୁମ୍ଭୀର ଆକ୍ରମଣ କରିଦେଲା | କିନ୍ତୁ ଆଫ୍ରିକୀୟ ବାରହାସିଙ୍ଘା ମଧ୍ୟ ସାହସ ହରାଇଲା ନାହିଁ ଏବଂ ସେ ମଧ୍ୟ କୁମ୍ଭୀରକୁ ଟାଣି ଟାଣି ନଦୀ ବାହାରକୁ ନେଇଯିବାକୁ ଲାଗିଲା | ତାପରେ କଣ ହେଲା ଏହା ଆପଣ ଏହି ଭାଇରଲ ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ୱାର୍ଲଡ ଅଫ ବାଇଲଡ ଲାଇଫ ଆଣ୍ଡ ଭିଲେଜ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି |

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଜଙ୍ଗଲ ମଝି ଦେଇ ଯାଇଥିବା ନଦୀରେ ଏକ ଆଫ୍ରିକୀୟ ବାରହାସିଙ୍ଘା ପାର କରି ଯାଉଛି | ସେ ଏ କଥା ମଧ୍ୟ ଜାଣିପାରିଥାଏ ଯେ ନଦୀରେ ତା ଉପରେ କୌଣସି ଶିକାରୀ ଆକ୍ରମଣ କରିପାରେ, ତେଣୁ ସେ ଶୀଘ୍ର ନଦୀ ପାର ହେବାକୁ ଚେଷ୍ଟା କରେ | ସେହିପରି ନଦୀରେ ଗୋଟିଏ କୁମ୍ଭୀର ମଧ୍ୟ ଶିକାର ଖୋଜୁଥାଏ ଏବଂ ସେ ସେଠାରେ ଯିବାଆସିବା କରୁଥିବା ପଶୁମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କର ଶିକାର କରିନିଏ | ଆଫ୍ରିକୀୟ ବାରହାସିଙ୍ଘା ନଦୀ ମଝିରେ ପହଞ୍ଚିବା ମାତ୍ରେ କୁମ୍ଭୀର ତାଉପରେ ଆକ୍ରମଣ ଆକରିଦିଏ ଏବଂ ତାକୁ ପାଣିରେ ବୁଡ଼ିବାକୁ ଚେଷ୍ଟା କରେ |

ଯାହାଦ୍ୱାରା ସେ ସହଜରେ ଶିକାର କରିପାରିବ | କିନ୍ତୁ ଆଫ୍ରିକୀୟ ବାରହାସିଙ୍ଘା ଆକ୍ରମଣ ହେବାପରେ ମଧ୍ୟ ସାହସ ହରାଇ ନଥିଲା ଏବଂ ସବୁ ଶକ୍ତି ଖଟାଇ ପାଣିରୁ ବାହାରକୁ ଯିବାକୁ ଚେଷ୍ଟା କରେ | ଦୁହେଁ ନିଜ ନିଜର ସବୁ ଶକ୍ତି ଲଗାଇ ଦିଅନ୍ତି | ଆଫ୍ରିକୀୟ ବାରହାସିଙ୍ଘା ଏତେ ଶକ୍ତିଶାଳୀ ଯେ ସେ କୁମ୍ଭୀର କବଳରୁ ବାହାରକୁ ଯିବାପାଇଁ ଟିକେ ବି ସାହସ ହରାଇଲା ନାହିଁ |

ଦେଖନ୍ତୁ ଭିଡିଓ :-

ସେ ଲଗାତାର ପାଣିରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବାର ଦେଖାଯାଉଛି | ବହୁତ ଚେଷ୍ଟା କଲାପରେ ସେ ନଦୀର ପାଖାପାଖି କୂଳରେ ପହଞ୍ଚିଯାଏ, କିନ୍ତୁ କୁମ୍ଭୀର ତାକୁ ଛାଡେନାହିଁ | ବାରହାସିଙ୍ଘା ନଦୀରୁ ବାହାରିବା ମାତ୍ରେ କୁମ୍ଭୀର ତାର ଲାଞ୍ଜକୁ ଧରିନିଏ ଏବଂ ଟାଣିବାକୁ ଚେଷ୍ଟା କରେ | କିନ୍ତୁ ବାରହାସିଙ୍ଘା ସବୁ ଶକ୍ତି ଖଟାଇ କୁମ୍ଭୀରକୁ ପାଣିରୁ ବାହାରକୁ ଟାଣି ନେଇଯିବାକୁ ଲାଗେ | କୁମ୍ଭୀରକୁ ଯେତେବେଳେ ଲାଗେ ଯେ ବାରହାସିଙ୍ଘା ତାକୁ ବାହାରକୁ ଟାଣି ଟାଣି ନେଇଯିବ ଏବଂ ମାରିଦେବ, ସେତେବେଳେ ସେ ତାକୁ ଛାଡିଦିଏ ଏବଂ ପାଣିକୁ ଚାଲିଯାଏ | ସେହିପରି ବାରହାସିଙ୍ଘା ମଧ୍ୟ ନିଜ ଶକ୍ତି ଏବଂ ସାହସ କାରଣରୁ ନିଜ ଜୀବନ ବଞ୍ଚାଇ ନିଏ |

Leave a Reply

Your email address will not be published. Required fields are marked *