ବିଧାନସଭା ଆଗରେ ପ୍ରତିବାଦ କରୁଥିବା ଯୁବକ ଗତକାଲି ନିରାଶ ହେଇ ନିଜକୁ ଶେଷ କରିବାକୁ ବିଷ ପାନ କରିବା ସହ ନିଜ ହାତ କାଟି ଦେଇଥିଲେ, ଗତକାଲି ତାଙ୍କ ଦେହ ଗୁରୁତର ହେଇଥିଲା ଆଉ ସଂଧ୍ୟା ସୁଦ୍ଧା ତାଙ୍କ ମୃତ୍ୟୁ ହେଇଯାଇଥିଲା
ତେବେ ବହୁତ୍ ସମୟ ଧରି ସେ ଅଭିଯୋଗ କରି ଆସୁଥିଲେ କି ତାଙ୍କୁ SCB ରେ ଠିକ୍ ଉପଚାର ମିଳୁନି ଆଉ ତାଙ୍କୁ ବିଜୁ କାର୍ଡ କରିବାରେ ବହୁତ୍ ରାଜନୀତି କରୁଛନ୍ତି ସରକାରୀ ଅଫିସର ମାନେ
ସେ ଅତ୍ୟନ୍ତ ଗରିବ ଆଉ ତାଙ୍କୁ ସାହାଯ୍ୟ କରାଯାଉ, ବହୁତ୍ ଦଉଡ଼ି ଦଉଡ଼ି ନିରାଶ ହେବା ପରେ ଶେଷରେ ସେ ବିଧାନ ସଭା ଆଗରେ ଆସି ଆଜି ଶେଷ ହେବି ନହେଲେ ନ୍ୟାୟ ପାଇବି ଯୁଆଡ ଗୋଟେ ନାରା ଦେଇ ହାତ କାଟିଥିଲେ ଆଉ ବିଷ ପି ଦେଇଥିଲେ
ତାଙ୍କୁ ପୋଲିସ ନିକଟସ୍ତ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ହେଲେ ତାଙ୍କୁ ବଞ୍ଚେଇ ହେଇ ନଥିଲା, ତେବେ ଏଠି ଭୁଲ କାହାର… ଗୋଟେ ଜୀବନ ଚାଲିଗଲା, ମଣିଷ ର ମୂଲ୍ୟ କଣ ଏଇଆ, ଖବର ଲେଖିଲା ବେଳେ ବି ଆମ ମନ ଦୁଃଖ ହେଉଛି , କଣ ଏହି ଦିନ ଦେଖିବାକୁ ଆମେ ଭୋଟ ଦେଉଚୁ
ଭଗବାନ୍ ଏହି ଲୋକ ଟି ର ଅମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ, ଓମ୍ ଶାନ୍ତି