ପତିତପାବନ ଥିଲା ସବୁ ଘଟଣା ର ମାଷ୍ଟର ମାଇଣ୍ଡ, ନିଜ ପ୍ରେମିକା ସହ ସୁଖ ରେ ନୂଆ ସଂସାର କରିବାକୁ ରଚିଥିଲା ଅପହରଣ ନାଟକ, ଏସବୁ ଥିଲା ପ୍ରିପ୍ଲାଣ୍ଡ, ତେବେ ଏସପି କହିଚନ୍ତି କି ଘଟଣା ଘଟେଇବା ର ୭ ଦିନ ଆଗରୁ ହିଁ ପତିତପାବନ ତିଆରି କରିଥିଲା ବ୍ଳୁ ପ୍ରିଣ୍ଟ
ଘଟଣା ଦିନ ସେ ଧଉଳି ର ଗୋଟେ ହୋଟେଲ ରେ ରହିଥିଲା ଆଉ ଖୁଦୁରୁକୁଣୀ ଓଷା ପାଇଁ ଆସିଥିବା ପ୍ରେମିକା କୁ ନେଇ ଆସି ଦିଲ୍ଲୀ ପଳେଇବା ଯୋଜନା ରେ ଥିଲା ହେଲେ ଦୁର୍ଭାଗ୍ୟବଶତଃ ମଧ୍ୟପ୍ରଦେଶ ରୁ ଧରା ପଡ଼ିଗଲା
ତେବେ ପୋଲିସ ନିଜ ତରଫରୁ ଗୋଟେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଫରୱାର୍ଡ କରିଛ ଏପଟେ ପତିତପାବନ କାହାର ନେଇ ରହସ୍ୟ ବଢ଼ି ବଢ଼ି ଚାଲିଛି, ଏପଟେ ୮ ମାସ ପୂର୍ବେ ସେ ବାହା ହେଇଥିବା ଝିଅ ମଧ୍ୟ କହୁଛ ଯଦି ସେ ମତେ ଛାଡ଼ିବ ତ ମୁ କେସ ଦେବି ଆଉ ଏପଟେ ପ୍ରେମିକା କହୁଛ ୭ ବର୍ଷ ର ସମ୍ପର୍କ ଭୁଲିବି କେମିତି
https://youtu.be/dF9G9k7-zPY
ପତିତପାବନ ର ଘର ଲୋକ ଦୁଇଟା ଝିଅ ଘରକୁ ଆଣିବାକୁ ସ୍ପଷ୍ଟ ମନା କରିଦେଇଥିବା ବେଳେ ଏବେ ପତିତପାବନ ନଦୀ ମଝି ରେ ଫସିବା ଅବସ୍ଥା ରେ ପଡିଛନ୍ତି
ଘଡି କି ଘଡି ନୂଆ ନୂଆ ଝିଅ ବଦଳେଇବାକୁ ଇଚ୍ଛା ରଖୁଥିବା ରସିକିଆ ପତିତପାବନ ଏବେ ହରଡ ଘଣା ରେ, ଆଗକୁ ତା ପାଇଁ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାକୁ ଯାଉଛି