ଗୋଟେ ପୁଅ ପାଇଁ ଦୁଇ ଝିଅ ଗଡାପଡ଼ା ଆଜ୍ଞା ହଁ ଆମେ ଫିଲ୍ମ୍ ଷ୍ଟୋରି କହୁନୁ ନିରାଟ ସତ୍ୟ ଘଟଣା କହୁଚୁ ଯାହା ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ତେବେ ଘଟଣା ଟି ଏମିତି କି କର୍ଣାଟକ ର ଅଲ୍ଲୁର୍ ଜିଲ୍ଲା ରେ ,ଜଣେ ଯୁବକ କୁ ବାହା ହେବାକୁ ପଇସା ପକେଇ ଟସ୍ କରିଛନ୍ତି
ତେବେ ଘଟଣା ଅନୁସାରେ ଯୁବକ ଜନକ ଙ୍କର ବିବାହ ଅନ୍ୟ ଜଣେ ପ୍ରେମିକା ସହ ହେବାକୁ ଯାଉଥିଲା ଏହି ସମୟ ରେ ଦ୍ଵିତୀୟ ପ୍ରେମିକା ଜଣକ ଆସି ପହଞ୍ଚି ଯାଇଥିଲେ ଆଉ ହଙ୍ଗାମା କରିଥିଲେ, ତେବେ ଏହା ସବୁ ଦେଖି ଗାଆଁ ଲୋକେ ମଧ୍ୟସ୍ଥତା କରିବାକୁ ଆସିଗଲେ
ଆଉ ନିଷ୍ପତି ହେଲା ଦୁଇ ଜଣ ଝିଅ ଟସ ପକେଇବେ ଯାହା ନାଁ ଉଠିବ ସେ ପୁଅ କୁ ବିବାହ କରିବ, ପୁଅ ସହ ଝିଅ ମାନେ ବଣ୍ଡ ପେପର ସାଇନ୍ କଲେ ହେଲେ ଏହା ଭିତରେ ପ୍ରେମିକା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ଆଉ ପୁଅ ଜଣକ ତାଙ୍କୁ ବଞ୍ଚେଇବକୁ କୁଣ୍ଢାଇ ଧରିଲା
ଏହା ପରେ ଗାଁ ଲୋକ ଆଉ ଟସ୍ ନ କରି ଏଇ ଝିଅ କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଆଉ ଅନ୍ୟ ଜଣେ ଝିଅ ବି ସହମତି ଦେଖାଇ ଥିଲା ଆଉ 4 ଘଣ୍ଟା ର ହାଇ ଡ୍ରାମା ଶେଷ ହେଇଥିଲା….