ସୋସିଆଲ ମିଡିଆରେ ଦିନକୁ ଦିନ ଅଜବ ପ୍ରକାର ର ଭିଡିଓ ଭାଇରଲ ହେଉଥିବା ଆପଣ ଦେଖୁଥିବେ | କେବେ କେବେ ଛୋଟ ଛୁଆଙ୍କର ର କେବେକେବେ କୌଣସି ଯୁବତୀ ଯୁବକଙ୍କୁ ପିଟୁଥିବାର | ତେବେ ଏବେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ କୌଣସି ଲୋକ ଆଉ କେମେଣ୍ଟ କରିବାକୁ ସାହସ କରିବନି | ତେବେ ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ କମେନ୍ଟ କରୁଥିବା ଯୁବକଙ୍କୁ ଜଣେ ଯୁବତୀ ବିଚ ରାସ୍ତାରେ ଗୋଡେଇ ଗୋଡେଇ ପିଟୁଛି |
ତେବେ ଏହି ମାମଲା ଟି ମହାରାଷ୍ଟ୍ରର ଔରଙ୍ଗବାଦ ସହର ର ବୋଲି ଜଣା ପଡିଛି | ସୂଚନା ମୁତାବକ ଜଣେ ଯୁବତୀଙ୍କୁ ୨ଜଣ କମେନ୍ଟ କରୁଥିଲେ | କିନ୍ତୁ ସେମାନେ ଜାଣି ନଥିଲେ ଯେ କମେନ୍ଟ ମାରିବା ତାଙ୍କୁ ମାହାଙ୍ଗା ପଡିବ ବୋଲି | କମେନ୍ଟ ମାରିବା ପରେ ତାଙ୍କ ସାନ ଭଉଣୀ ଉକ୍ତ ଯୁବକଙ୍କୁ ବିଚ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ | ଯୁବତୀଙ୍କ ମାଡ଼ରେ ୨ଜଣ ରୋଡ଼ ରୋମିଓ ସିଧା ହୋଇଯାଇଥିଲେ |
ତେବେ ସେଠାରେ ପାଟିତୁଣ୍ଡ ହେବାରୁ ଅନେକ ଲୋକ ରୁନ୍ଧା ହୋଇଥିଲେ | କୌଣସି ବ୍ୟକ୍ତି ଏହି ଭିଡିଓ କୁ କ୍ୟାମେରାରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ଼ କରି ଦେଇଥିଲେ | ଭିଡିଓ ଟି ଅପଲୋଡ଼ ହେବା ପରେ ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେବାରେ ଲାଗିଲା | ଏହି ଭଡ଼ିଓ କୁ ଦେଖିବା ପରେ ଯୁବତୀଙ୍କ ସାହସ ଦେଖି ଅନେକ ୟୁଜର ଯୁବତୀଙ୍କୁ ବହୁତ ପ୍ରଶଂସା କରୁଛନ୍ତି |