ଯୁବତୀ କଲେ ଅନେକ ଯୁବକମାନଙ୍କ ସହିତ ବିବାହ, ମା ମଧ୍ୟ ଏ ବିଷୟରେ କିଛି ବି ଜାଣିପାରିଲେ ନାହିଁ, ତାପରେ ଏପରି ଖୋଲିଲା ରହସ୍ୟ

ଯେକୌଣସି ମଣିଷ ପାଇଁ ବିବାହ ଜୀବନର ଏକ ବିଶେଷ ଅବସର ହୋଇଥାଏ | କିନ୍ତୁ ରାଜସ୍ତାନର ଚିତୋଉଡ଼ଗଢରେ ରହୁଥିବା ଜଣେ ଯୁବତୀ ଅନେକଥର ଯୁବକମାନଙ୍କ ସହିତ ବିବାହ କରିଛନ୍ତି ଏବଂ ପଳାଇ ଯାଇଛନ୍ତି | ପୋଲିସ ବର୍ତ୍ତମାନ ମଧ୍ୟ ଠିକ ନମ୍ବର ଜାଣିପାରିନାହିଁ ଯେ ଯୁବତୀ କେତେଜଣ ଯୁବକଙ୍କ ସହିତ ବିବାହ କରିଛନ୍ତି |

କନ୍ୟା ଏବଂ ତାଙ୍କ ସାଥିମାନେ ହେଲେ ଗିରଫ :-

ଦୈନିକ ଭାସ୍କରରେ ଛପା ଯାଇଥିବା ଏକ ରିପୋର୍ଟ ଅନୁଯାୟୀ, ଯୁବତୀଙ୍କ ନାମ ନେହା ଅଟେ | ପୋଲିସ ନେହା ଏବଂ ତାଙ୍କ ସାଥିମାନେ ସୀମା ଶେଖ ଏବଂ ଲକ୍ଷ୍ମୀଙ୍କୁ ଧରିଛି | ପୋଲିସ ଏ ସମସ୍ତଙ୍କୁ ପଚରାଉଚରା କରୁଛି |

ଏହିପରି ହେଲା ନକଲି ବିବାହର ଖୋଲିଲା ରହସ୍ୟ :-

କୁହାଯାଉଛି ଯେ ବିବାହ ନାମରେ ଧୋକା ଦେଉଥିବା ଏହି ଯୁବତୀଙ୍କର ରହସ୍ୟ ସେତେବେଳେ ଖୋଲିଲା, ଯେତେବେଳେ ନେହା ନିଜେ ନିଜ ମାଙ୍କ ସହିତ ଥାନାରେ ପହଞ୍ଚି ସୀମା ଶେଖ, ସାବିର ଖାନ ଏବଂ ଲକ୍ଷ୍ମୀଙ୍କର ଅଭିଯୋଗ କଲେ ଯେ ସେମାନେ ତାଙ୍କୁ କିଡନାପ କରି ନେଇଥିଲେ | ସେ ବହୁତ କଷ୍ଟରେ ସେମାନଙ୍କ କବଳରୁ ମୁକୁଳିଛନ୍ତି | କିନ୍ତୁ ପୋଲିସ ଯେତେବେଳେ ଏହି ମାମଲାର ଯାଞ୍ଚ କଲା, ସେତେବେଳେ ନେହା ହିଁ ଏସବୁ କାରନାମାର ମୁଖ୍ୟ ବାହାରିଲେ | ସୀମା ଶେଖ, ସାବିର ଖାନ ଏବଂ ଲକ୍ଷ୍ମୀ ତାଙ୍କର ସାଥି ବୋଲି ଜଣାପଡ଼ିଲେ |

ମାକୁ ଜଣାନଥିଲା ଝିଅର କାର୍ଯ୍ୟକଳାପ :-

ଉଲ୍ଲେଖଯୋଗ୍ୟ ଯେ ନେହାଙ୍କ ମା ମଧ୍ୟ ତାଙ୍କ କାର୍ଯ୍ୟକଳାପ ବିଷୟରେ କିଛି ବି ଜାଣିନଥିଲେ | ନେହା ଅଲଗା ଅଲଗା ପ୍ରକାରର ବାହାନା କରି ଘରୁ ଚାଲି ଯାଉଥିଲେ ଏବଂ ବିବାହ କରୁଥିଲେ | ଏହାପରେ ସେ ସୁଯୋଗ ମିଳିବାମାତ୍ରେ ଯୁବକଙ୍କ ଘରୁ ପଳାଇ ଯାଉଥିଲେ | ନେହା ନିଜ ମାଙ୍କୁ ବେଳେବେଳେ କହୁଥିଲେ ଯେ ସେ ନିଜ ସାଙ୍ଗର ବିବାହକୁ ଯାଉଛନ୍ତି ଏବଂ ଆଉ କେବେ କହୁଥିଲେ ଯେ ସେ ନିଜ ସାଙ୍ଗସାଥୀମାନଙ୍କ ସହିତ ବୁଲିବାକୁ ଯାଉଛନ୍ତି |

ଜାଣନ୍ତୁ ଯେ ପ୍ରାୟ ଏକ ମାସ ପୂର୍ବରୁ ନେହା ଜୟରାମ ସହିତ ବିବାହ କରିଥିଲେ | କିନ୍ତୁ ଏଥର ନେହା ବର ଘରେ ଫସିଗଲେ ଏବଂ ଏକ ମାସ ପର୍ଯ୍ୟନ୍ତ ତାଙ୍କ ଘରୁ ପଳାଇ ଯାଇପାରିଲେ ନାହିଁ | ତାପରେ ନେହା ଯେତେବେଳେ ନିଜ ଘରେ ପହଞ୍ଚିଲେ, ସେତେବେଳେ ମା ପଚାରିଲେ ଯେ ସେ କେଉଁଠାରେ ଥିଲେ, ସେତେବେଳେ ସେ କହିଲେ ଯେ ତାଙ୍କୁ କିଡନାପ କରାଯାଇଥିଲା | ସୁଯୋଗ ମିଳିବାମାତ୍ରେ ହିଁ ସେ ସେଠାରୁ ପଳାଇ ଆସିଲେ |

Leave a Comment

Your email address will not be published. Required fields are marked *

Scroll to Top