ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟ୍ରାଫିକ ନିୟମକୁ ଲୋକେ ବୋଧେ ଭୁଲିଗଲେଣି। ରାସ୍ତାରେ ଯା ଆସ କରୁଥିବା ଲୋକେ ନିୟମ ମାନୁନଥିବା ଦେଖାଯାଉଛି। ଟ୍ରାଫିକ ନିୟମ ଅମାନ୍ୟ କରିବା ଓ
ଡ୍ରାଇଭିଂ ରେ ତ୍ରୁଟି ହେତୁ ପ୍ରତି ଦିନ କେହି ନା କେହି ସଡ଼କ ଦୁ-ର୍ଘ-ଟ-ଣାର ସମ୍ମୁଖିନ ହୋଇଥାନ୍ତି। ତଥାପି ଲୋକ ସଡ଼କ ସୁରକ୍ଷା ସଚେତନତାକୁ ହାଲୁକା ଭାବେ ନେଉଛନ୍ତି। ଆଉ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଅନେକ ଜରିମାନା ଦେବାକୁ ମଧ୍ୟ ପଡ଼ିଥାଏ।
ତେବେ ଆଜିକାଲି ଟ୍ରାଫିକ ନିୟମ ଓ ଦୁ-ର୍ଘ-ଟ-ଣା ଗୁଡ଼ିକ ଉପରେ ନଜର ଦେବାକୁ ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳିଛି ମହଙ୍ଗା ପଡ଼ିଲା ଟ୍ରାଫିକ ନିୟମ ଉଲ୍ଲଂଘନ।
ଟ୍ରାଫିକ ନିୟମ ଭାଙ୍ଗି ସ୍କୁଟିରେ ଯିବା ବେଳେ ପୋଲିସ ଅଟକାଇଥିଲା। ତେବେ ବନ୍ଧୁଗଣ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ପୁଅ ଟିଏ ଟ୍ରାଫିକ ପୋଲିସ ପାଖରେ ପଡ଼ିଯାଇଛି।
ପୁଅ ଟିର ବୟସ କମ୍ ଥାଇ ଗାଡି ଚଲଉଥିବାରୁ ଟ୍ରାଫିକ ପୋଲିସ ପୁଅଟିକୁ ଅଟକ ରଖିଦେଇଛି। ଏବଂ ପୁଅ ଟିର ଗାଡି ଚାବିକୁ ମଧ୍ୟ ନେଇ ଯାଇଛନ୍ତି ମହିଳା ଟ୍ରାଫିକ ପୋଲିସ ଜଣକ।
ଫଳରେ ପୁଅ ଟି ମହିଳା ଟ୍ରାଫିକ ପୋଲିସଙ୍କୁ ନେହୁରା ହୋଇ ଗାଡି ଚାବି ମାଗୁଥିବାର ଦୃଶ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳୁଛି। କିନ୍ତୁ ମହିଳା ଟ୍ରାଫିକ ପୋଲିସ ଜଣକ ପୁଅ ଟିର ଗାଡି ଚାବି ଦେବାକୁ ମାନା କରି ଦେଉଛନ୍ତି।
ତଥାପି ପୁଅଟି ମହିଳା ଟ୍ରାଫିକ ପୋଲିସଙ୍କୁ କହିଥିଲେ ଯେ ତାହାର ବାପା ଜାଣିଲେ ମାରିବେ ବୋଲି ବୋଲି। ଶେଷରେ ମହିଳା ଟ୍ରାଫିକ ପୋଲିସ ଜଣକ ପୁଅ ଟିକୁ ବୁଝାଇ ଗାଡି ଚବିକୁ ତାକୁ ଦେଇଥିଲେ।
ଏବଂ ପୁଅ ଟି ଏଭଳି ଭୁଲ ଆଉ କରିବ ନାହିଁ ବୋଲି କହି ସେଠାରୁ ଚାଲି ଯାଇଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।